Only for Entertainment

ଫିଲ୍ମ ‘ଶମଶେରା’ ସେଟରୁ ସାମ୍ନାକୁ ଆସିଲା ରଣବୀର କପୁରଙ୍କ ପ୍ରଥମ ଲୁକ, ଅଭିନେତାଙ୍କୁ ଚିହ୍ନିବା ହୋଇଯିବ ମୁସକିଲ !

latestly
32

ବଲିଉଡ ଅଭିନେତା ରଣବୀର କପୁର ନିଜର ଆଗାମୀ ଫିଲ୍ମ ‘ଶମଶେରା’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଫିଲ୍ମକୁ ନେଇ କିଛି ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ସୁଟିଂ ସେଟରୁ ରଣବୀର କପୁରଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ସୁଟିଂ ସେଟରୁ ଭାଇରାଲ ହେଇଥିବା ଏହି ଫଟୋରେ ରଣବୀର ଡକାୟତ ରୂୁପରେ ନଜର ଆସିଛନ୍ତି । ସାମ୍ନାକୁ ଆସିଥିବା ଏହି ଫଟୋ ଦେଖିଲେ ଆପଣ ରଣବୀର କପୁରଙ୍କୁ ଚିହ୍ନିବା କଷ୍ଟକର ହୋଅଯିବ ।

 

View this post on Instagram

 

This is Best Transformation for #shamshera 🍁❤️ . #RanbirKapoor for #shamshera look @yrf .

A post shared by Ranbir kapoor ⭐ (@ranbirkapoor143_) on

ଭାଇରାଲ ହେଇଥିବା ଏହି ଫଟୋରେ ରଣବୀର ଗାମୁଛା ମୁଣ୍ଡରେ ବାନ୍ଧିବା ସହିତ ବଡ ବଡ ଦାଢିରେ ନଜର ଆସିଛନ୍ତି । ଫଟୋରେ ସେ ଗାଁ ଲୋକଙ୍କ ସହିତ କିଛି ଆଲୋଚନା କରୁଥିବାର ଦେଖିବାକୁ ମିଳିଛି । କହିରଖୁଛୁ ଯେ, ଏହି ଫିଲ୍ମରେ ରଣବୀରଙ୍କ ବ୍ୟତିତ ସଂଜୟ ଦତ୍ତ ଏବଂ ବାଣୀ କପୁର ମଧ୍ୟ ନଜର ଆସିବେ । ଫିଲ୍ମରେ ସଂଜୟଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇବେ କରଣ ମଲହୋତ୍ରା ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଫିଲ୍ମ ଶମଶେରା ବ୍ୟତିତ ରଣବୀର ଫିଲ୍ମ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ । ଫିଲ୍ମରେ ଆଲିଆ ତାଙ୍କ ଅପୋଜିଟରେ ନଜର ଆସିବେ । ରଣବୀର ଆଲିଆଙ୍କ ବ୍ୟତିତ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More