Only for Entertainment

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ, ଆସନ୍ତୁ ଜାଣିବା….

womennook
0 51

ସପୁରୀ ଏକ ଏମିତି ସ୍ୱାଦିଷ୍ଟ ଫଳ, ଯାହା ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । କିଛି ଲୋକ ଏହାକୁ କାଟି କରି ଖାଇବା ପାଇଁ ପସନ୍ଦ କରିଥାନ୍ତି ତ କିଛି ଏହାର ଜୁସ୍‌ ତିଆରି କରି ପିଇବାକୁ ପସନ୍ଦ କରିଥାନ୍ତି । ଏଥିରେ ଥିୟାମାଇନ୍‌, ଭିଟାମିନ ଏ,କ୍ୟାଲ୍‌ସିୟମ, ପୋଟାସିୟମ,ଭିଟାମିନ ସି,ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ ଇତ୍ୟାଦି ଭରପୂର ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ।

୧.ଏଥିରେ ପୋଟାସିୟମ ଏବଂ କପର ଅଧିକ ପରିମାଣରେ ରହିଥାଏ, ଯାହା ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ । ସପୁରୀ ଖାଇବା ଦ୍ୱାରା ଶରୀରରେ ଅମ୍ଲଜାନର ପ୍ରବାହ ଠିକ୍‌ ଭାବରେ ହୋଇଥାଏ ।

୨.ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନେ ପ୍ରତିଦିନର ଖାଇବାରେ ଏହାକୁ ସାମିଲ କରିବା ନିହାତି ଦରକାର । ଏଥିରେ କମ କ୍ୟାଲୋରି ଏବଂ କମ୍‌ ଫ୍ୟାଟ୍‌ ଥିବାରୁ ଓଜନ ସହଜରେ କମି ଯାଇଥାଏ ।

୩.ଏଥିରେ ଫାଇବର ଏବଂ ପାଣିର ପରିମାଣ ଅଧିକ ଥିବାରୁ ଏହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ସେଥିପାଇଁ ସବୁବେଳେ ଏହାକୁ ଖାଇଲେ ଗ୍ୟାସ୍‌ ଭଳି ସମସ୍ୟା ଦେଖା ଯାଇନଥାଏ ।

୪.ମାଙ୍ଗାନିଜ ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ । ସପୁରୀରେ ଏହାର ପରିମାଣ ଅଧିକ ଥିବାରୁ ପ୍ରତିଦିନ ଏହାକୁ ଖାଇଲେ ଶରୀରର ହାଡ଼ ମଜବୁତ୍‌ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More