Only for Entertainment

ଆପଣ ମଧ୍ୟ ଜାଣନ୍ତୁ ଏହି ହ୍ରଦ ବିଷୟରେ,ଯାହାର ରଙ୍ଗ ଗୋଲାପି ।

youtube
0 48

ପୃଥିବୀରେ ଏପରି ଅନେକ ଅଦ୍ଭୁତ ଜିନିଷ ରହିଛି ଯାହାକୁ ଦେଖିଲେ ପ୍ରଥମେ ବିଶ୍ୱାସ ହୋଇ ନ ଥାଏ । ସେହିପରି ଏକ ହ୍ରଦ ରହିଛି ଅଷ୍ଟ୍ରେଲିଆରେ। ଏହି ହ୍ରଦର ଥିବା ପାଣିର ରଙ୍ଗ ସଂପୂର୍ଣ୍ଣ ଗୋଲାପୀ ହୋଇଥିବା ବେଳେ ଏହାକୁ ଦେଖିବାକୁ ବହୁ ଦୂରାନ୍ତରରୁ ଲୋକ ଆସିଥାନ୍ତି । ଏହି ହ୍ରଦର ପାଣି ଗୋଲାପୀ ହୋଇଥିବା ହେତୁ ଏହାକୁ ଗୋଲାପୀ ହ୍ରଦ ବୋଲି ମଧ୍ୟ କୁହାଯାଇଥାଏ । ଏହି ହ୍ରଦରେ ପାଣିର ରଙ୍ଗ ଗୋଲାପୀ ହେବା ପଛର କାରଣ କ’ଣ ଆସନ୍ତୁ ଜାଣିବା ।

ଅଷ୍ଟ୍ରେଲିଆର ଥିବା ଏହି ଗୋଲାପୀ ହ୍ରଦର ପାଣି ପାଇଁ ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଦେଖିବାକୁ ଗଲେ ଅନ୍ୟ ହ୍ରଦମାନଙ୍କ ଅପେକ୍ଷା ଏହାର ଆକାର ବହୁତ ଛୋଟ । କିନ୍ତୁ ଗୋଲାପି ପାଣିକୁ ଦେଖିବା ପାଇଁ ଏବଂ ଏଥିରେ ପହଁରିବା ପାଇଁ ଦୂରଦୂରାନ୍ତରରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହି ହ୍ରଦ ୬୦୦ ମିଟର ପର୍ଯ୍ୟନ୍ତ ବ୍ୟପିଥିବା ବେଳେ ଏହାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାର ଚାରି ପାର୍ଶ୍ୱରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି। ପ୍ରକୃତରେ ହ୍ରଦର ପାଣି ଗୋଲାପୀ ହେବା ପଛରେ କାରଣ ହେଉଛି ଏଗ୍ଲୀ ନାମକ ଏକ ବ୍ୟକ୍ଟେରିଆ । ସାଧାରଣତଃ ଏହି ବ୍ୟାକ୍ଟେରିଆ ଶରୀର ପ୍ରତି କ୍ଷତିକାରକ ହୋଇଥାଏ କିନ୍ତୁ ହ୍ରଦରେ ଲୁଣ ମାତ୍ରା ଅଧିକ ରହିଥିବାରୁ ଏହା ଶରୀର ପାଇଁ ସେତେଟା କ୍ଷତିକାରକ ହୋଇ ନ ଥାଏ ବରଂ ଏହି ହ୍ରଦର ଜଳ ଏକ ସାଲାଇନ୍‌ ଭାବେ କାର୍ଯ୍ୟ କରିଥାଏ । ଏଣୁ ଆପଣ ବିନା କୌଣସି ଚିନ୍ତାରେ ଏହି ହ୍ରଦକୁ ଯାଇ ଏହାର ମଜା ଉଠାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More