Only for Entertainment

ବାତ୍ୟା ପୂର୍ବରୁ କିଭଳି ହେବେ ସଚେତନ, ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ।

African Arguments
93

ଘରର ଗ୍ୟାସ, ସମସ୍ତ ଇଲେକ୍ଟ୍ରିସିଟି ସରଂଜାମକୁ ବନ୍ଦ କରିଦିଅନ୍ତୁ । ଘରର କବାଟ ବନ୍ଦ କରି ଦିଅନ୍ତୁ ।
ହାତ ନିକଟରେ ଜରୁରୀ କିଟ ରଖନ୍ତୁ । (ଟର୍ଚ୍ଚ ଏବଂ ଅନ୍ୟାନ୍ୟ ଉପକରଣ) ।
ଘରର ସବୁଠାରୁ ଶକ୍ତ ସ୍ଥାନରେ ପରିବାରର ଲୋକଙ୍କୁ ରଖନ୍ତୁ ।
ବାତ୍ୟାର ଅପଡେଟ ପାଇବା ପାଇଁ ରେଡ଼ିଓ ଅନ ରଖନ୍ତୁ ।
ଯଦି ଘର ଫାଟିବା ଆରମ୍ଭ କରିବ ତେବେ କୌଣସି ଶକ୍ତ ଟେବୁଲ ବା ବେଂଚ ତଳେ ରହିଯାଆନ୍ତୁ ।
ଛୋଟ ପିଲାଙ୍କୁ ଆରାମ ଦାୟକ ହେବାଭଳି ରଖନ୍ତୁ ।
ଏହା ବ୍ୟତୀତ ଆପଣ କ’ଣ କରିବା ଉଚିତ:
ତତକ୍ଷଣାତ ପଦକ୍ଷେପ ନିଅନ୍ତୁ । କୌଣସି ଉଚ୍ଚ ସ୍ଥାନ ବା ଆଶ୍ରୟ ସ୍ଥଳକୁ ଚାଲି ଯାଆନ୍ତୁ ।
ଧ୍ୟାନ ରଖିବେ ଯେପରି ଘରର ସଦସ୍ୟ ମଜବୁତ ଜୋତା ଏବଂ ଡ୍ରେସ ପିନ୍ଧିଛନ୍ତି ।
ଏହା ସହିତ ଧ୍ୟାନ ରଖିବେ ଯେ ଆପଣଙ୍କ ପଡ଼ୋଶୀଙ୍କ ନିକଟକୁ ଯାଇ କୁହନ୍ତୁ, ଜାଣନ୍ତୁ ସେ ସମସ୍ତ ଅପଡେଟ ପାଇଛନ୍ତି ନା ନାହିଁ ।
ଯଦି ଆପଣ ଆପଣଙ୍କ ପୋଷା ଜନ୍ତୁଙ୍କୁ ସାଙ୍ଗରେ ନେଇପାରୁ ନାହାଁନ୍ତି ତେବେ ସେମାନଙ୍କୁ ଏକ ନିରାପଦ ସ୍ଥାନରେ ରଖି ପ୍ରଚୁର ଖାଦ୍ୟ ଏବଂ ଜଳ ରଖିଦେଇ ଯାଆନ୍ତୁ ।
ଯଦି ଆପଣ ରାସ୍ତାରେ ଯାଉଛନ୍ତି ବା ଡ୍ରାଇଭିଙ୍ଗ କରୁଛନ୍ତି ତେବେ ଗାଡ଼ିକୁ କୌଣସି ସ୍ଥାନରେ ରଖି ଦିଅନ୍ତୁ । ମନେ ରଖିବେ ଯେପରି ସେଠାରେ କୌଣସି ଗଛ ବା ଇଲେକ୍ଟ୍ରି ସ୍ତମ୍ଭ ନଥିବ । ଏହା ସହିତ ଯଦି କାର ଚଳାଉଛନ୍ତି ତେବେ ତାହା ମଧ୍ୟରୁ ବାହାରନ୍ତୁ ନାହିଁ ।
ଡରି ନଯାଇ ଆଂଚଳିକ ରେଡ଼ିଓ ବାର୍ତ୍ତା ଶୁଣିବାକୁ ଚେଷ୍ଟା କରନ୍ତୁ । ଯଦି ସମ୍ଭବ ଫେସବୁକ ଏବଂ ଟ୍ୱିଟର ଆଦିରେ ସୂଚନା ଜାଣିବାକୁ ଚେଷ୍ଟା କରନ୍ତୁ ।
ନିକଟରେ ଖାଦ୍ୟ ଏବଂ ଜଳ ରଖନ୍ତୁ ।
ବାତ୍ୟା ସ୍ଥିର ରହିବାର ଦୃଶ୍ୟ ଦେଖିବା ପରେ ମଧ୍ୟ ବାହାରକୁ ଯାଆନ୍ତୁ ନାହିଁ ଯେପର୍ଯ୍ୟନ୍ତ ଏହା ସୁରକ୍ଷିତ ବୋଲି ଘୋଷଣା ହୋଇଯାଇନାହିଁ ବା ବାତ୍ୟା ସଂପୂର୍ଣ୍ଣ ବନ୍ଦ ନ ହୋଇଯାଇଛି ।
ଏହି ସମୟରେ ସାମାନ୍ୟ ସଚେତନ ଆପଣଙ୍କୁ ଏବଂ ଆପଣଙ୍କ ନିକଟରେ ଥିବା ଲୋକଙ୍କୁ ରକ୍ଷା କରିପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More