Only for Entertainment

ଘରେ ଲଗାନ୍ତୁ ଏହି ସବୁ ଗଛ, ପରିବେଶକୁ ରଖିବ ଶୁଦ୍ଧ !

32

କଳ କାରଖାନା ବୃଦ୍ଧି ପାଇବା ଫଳରେ ପ୍ରଦୂଷଣ ସ୍ତର ବହୁତ ବଢ଼ିଯାଇଛି। ଯାହାଫଳରେ ବିଶୁଦ୍ଧ ପବନ ଟିକିଏ ପାଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଗଛ ହିଁ ଏକମାତ୍ର ଭରସା ଯାହା ଆମକୁ ଏହି ବିପଦରୁ ରକ୍ଷା କରିପାରିବ। ତେବେ ସବୁ ପ୍ରକାରର ଗଛ ପରିବେଶ ପାଇଁ ଭଲ ହୋଇଥିଲେ ମଧ୍ୟ ଏମିତି କିଛି ଗଛ ରହିଛି ଯାହାକୁ ଘର ଭିତରେ ରଖିବା ଦ୍ବାରା ପ୍ରଦୂଷିତ ବାୟୁ ଦୂର ହୋଇ ତାଜା ପବନ ପ୍ରଦାନ କରେ। ଚାଲନ୍ତୁ ଜାଣିବା ଏମିତି କିଛି ଗଛ ସମ୍ପର୍କରେ ଯାହା ଆପଣଙ୍କ ଘର ଭିତରର ପ୍ରଦୂଷଣ ଦୂର କରିବାରେ ସହାୟକ ହେବ।

ତୁଳସୀ
ସତେଜ ପବନ ପ୍ରଦାନ କରିବାରେ ତୁଳସୀ ଗଛର ବିକଳ୍ପ ନାହିଁ କହିଲେ ଚଳେ। ଏହାକୁ ପ୍ରତ୍ୟେକ ଦିନ ପାଣି ଓ ସୂର୍ଯ୍ୟକିରଣର ଆବଶ୍ୟକତା ରହିଛି। ତେଣୁ ଘର ଅଗଣାରେ କିମ୍ବା ବାଲକୋନିରେ ଏହି ତୁଳସୀ ଗଛ ଲଗାନ୍ତୁ। ଏହି ଗଛର ବିଶେଷ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ଏହା ଥଣ୍ଡା, କାଶରୁ ମୁକ୍ତି ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ।

ସନ୍‌ସେଭିରିଆ ପ୍ଲାଣ୍ଟ
ଏହି ସନ୍‌ସେଭିରିଆ ପ୍ଲାଣ୍ଟ ପ୍ରଦୂଷଣ କମ୍‌ କରିବାରେ ବହୁତ ସାହାଯ୍ୟ କରେ। ୧୦୦ରୁ ଅଧିକ ରାସୟନିକ ପଦାର୍ଥ ଶୋଷିବାରେ ଏହାର କ୍ଷମତା ରହିଛି। ରାତିରେ ମଧ୍ୟ ଏହି ପ୍ଲାଣ୍ଟ ଅମ୍ଳଜାନ ଦେଇଥାଏ। ଏହାକୁ ଶୋଇବା ଘରେ ରଖନ୍ତୁ। ଘରର ସତେଜତା ରହିବ।

କ୍ରିଶ୍‌ମାସ୍‌ କ୍ୟାକ୍ଟସ
ଏହି କ୍ରଶ୍‌ମାସ୍‌ କ୍ୟାକ୍ଟସ୍‌ ଗଛରେ ଶୀତଦିନେ ଫୁଲ ଫୁଟେ। କମ୍‌ ଖରାରେ ଏହି ଗଛ ଭଲ ବଢ଼େ। ଏହାକୁ ଆପଣ ବାଲକୋନି କିମ୍ବା ଝରକା ପାଖରେ ରଖିପାରିବେ।

ମନି ପ୍ଲାଣ୍ଟ
ମନି ପ୍ଲାଣ୍ଟକୁ ସବୁବେଳେ ଛାଇରେ ରଖନ୍ତୁ। କାରଣ ଏଥିପାଇଁ ଅଧିକ ଖରା ଆବଶ୍ୟକ ନାହିଁ। ବୋତଲରେ ପାଣି ରଖି ଏହି ଗଛ ଲଗାଇପାରିବେ। ଏହି ଗଛର ବେଶୀ ଯତ୍ନ ନେବାକୁ ପଡ଼େ ନାହିଁ।

ଘି କୁଆଁରୀ
ଏହି ଘି କୁଆଁରୀ ଗଛ ବାୟୁ ପ୍ରଦୂଷଣକୁ ଶୋଷି ନିଏ। ଏଥିସହିତ ଏହା ତ୍ବଚା ଓ କେଶର ସୌନ୍ଦର୍ଯ୍ୟ ବଢ଼ାଏ। କୋଷ୍ଠକାଠିନ୍ୟ ଏବଂ ମୋଟାପଣ ଦୂର କରିବାରେ ଘି କୁଆଁରୀ ବେଶ୍‌ ଉପାଦେୟ। ଏହି ଗଛ ପାଇଁ ବେଶୀ ପାଣିର ଆବଶ୍ୟକତା ନାହିଁ। ଏହି ଗଛ ପାଇଁ ସୂର୍ଯ୍ୟକିରଣ ବେଶୀ ଦରକାର। ତେଣୁ ଶୀତଦିନେ ଏହାକୁ କୁହୁଡ଼ିରୁ ଦୂରେଇ ରଖିବା ସହ ବାଲକୋନି କିମ୍ବା ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ରଖନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More