Only for Entertainment

ଇନଷ୍ଟାଗ୍ରାମ ଏବଂ ଫେସବୁକରେ ତାଙ୍କର ଅସଲି ଅକାଉଂଟକୁ ଫଲୋ କରିବାକୁ ଅନୁରୋଧ କଲେ ବାବୁସାନ !

facebook
38

ଆପଣ ଜାଣିଛନ୍ତି ଓଡ଼ିଶାର ଜଣାଶୁଣା ସିନେତାରକା ବାବୁସାନ୍‌ ମହାନ୍ତି ଫେସ୍‌ବୁକ୍‌ ଦ୍ୱାରା ବ୍ଲକ୍‌ ହୋଇଥିଲେ? ଏକଥା ଜାଣିବା ପରେ ଆପଣଙ୍କ ମନରେ ହୁଏତ ପ୍ରଶ୍ନ ଆସିପାରେ, ବାବୁସାନଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟିଙ୍କୁ ପୁଣି ଆକାଉଣ୍ଟ ଖୋଲିବାରୁ କାହିଁକି ବ୍ଲକ୍‌ କରିଥିଲା ଫେସ୍‌ବୁକ୍‌ ! କାରଣ ତାଙ୍କ ନାମରେ ପାଖାପାଖି ୫୦ଟି ଫେକ୍‌ ପେଜ ଖୋଲି ତାଙ୍କର ଫ୍ୟାନମାନେ ମନଇଚ୍ଛା ପୋଷ୍ଟିଂ କରୁଥିଲେ। ଏକଥା ଜାଣିବା ପରେ ବାବୁସାନ୍‌ ଅଧିକାରିକ ଭାବେ ଗତ ୨୭ ତାରିଖରେ ଫେସ୍‌ବୁକ୍‌ରେ ନିଜର ଅସଲି ପେଜ୍‌ ଖୋଲିଛନ୍ତି। ସିଗ୍‌ନେଚର ୨୪ ପ୍ରଡକସନ୍ସ ଓ ଫେସ୍‌ବୁକ୍‌ ଇଣ୍ଡିଆ ଟିମ୍‌ର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ଏଥିସହ ସେ ନିଜର ଇନ୍‌ଷ୍ଟାଗ୍ରାମ୍‌  ପେଜ୍‌ ମଧ୍ୟ ଖୋଲିଥିବା ଜଣାପଡ଼ିଛି।


ଆସନ୍ତା ନଭେମ୍ବର ୨ ତାରିଖ ଦିନ ନିଜର ଅସଲି ଫେସ୍‌ବୁକ ପେଜ୍‌ ଜରିଆରେ ବାବୁସାନ୍‌ ଫ୍ୟାନଫଲୋଅର୍ସଙ୍କ ସହ ଲାଇଭ୍‌ ଚାଟ କରିବାକୁ ଯାଉଛନ୍ତି। ଏହା ମାଧ୍ୟମରେ ସେ ସମସ୍ତଙ୍କୁ ନିଜର ପ୍ରକୃତ ଫେସ୍‌ବୁକ୍‌ ପେଜ୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସହ ଯୋଡ଼ି ହେବାକୁ ଅନୁରୋଧ କରିବେ। ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍‌ ନିଜର ଫ୍ୟାନ୍‌-ଫଲୋଅର୍ସଙ୍କୁ ଅବଗତ କରାଇବା ଲାଗି ଏକ ଭିଡିଓ ପ୍ରସ୍ତୁତ କରି ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ କରିଛନ୍ତି । ଏଠାରେ ଅାପଣଙ୍କ ଜାଣିବା ଲାଗି ତାଙ୍କ ଫେସ୍‌ବୁକ ଓ ଇନଷ୍ଟାଗ୍ରାମ୍ ପେଜର ଲିଙ୍କ ଦିଅାଯାଇଛି । କ୍ଲିକ କରନ୍ତୁ ବାବୁସାନଙ୍କ ସହ ଯୋଡ଼ି ହୁଅନ୍ତୁ ।

https://www.facebook.com/mohantybabushaan/
https://instagram.com/mohanty_babushaan

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More