Only for Entertainment

ପ୍ରଧାନମନ୍ତ୍ରୀଙ୍କ କୋଳରେ ଶିଶୁ, ସଂସଦ ଟେବୁଲରେ ଚକୋଲେଟ୍‌ ! ଭାଇରାଲ ହେଉଛି ଫଟୋ

google
4,023

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଏକ କୁନି ପିଲାକୁ ଧରିଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୋଦୀ ଏହି ଫଟୋଟିକୁ ତାଙ୍କ ବ୍ୟକ୍ତିଗତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରେ ଫଟୋଟି ଭାଇରାଲ୍‌ ହେବାରେ ଲାଗିିଛି। ତେବେ, ଫଟୋଟି ହେଉଛି ରାଜ୍ୟସଭା ସାଂସଦ ସତ୍ୟନାରାୟଣ ଜତିଆଙ୍କ ନାତି। ମୋଦୀ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଜଣେ ସ୍ୱତନ୍ତ୍ର ସାଙ୍ଗ ବୋଲି ଶିଶୁଟିକୁ ସମ୍ବୋଧନ କରିଛନ୍ତି।

 

 

View this post on Instagram

 

A very special friend came to meet me in Parliament today.

A post shared by Narendra Modi (@narendramodi) on

ଫଟୋରେ ଦେଖିବାକୁ ମିଳିଛି କୁନି ପିଲାଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ କୋଳରେ ଏକଦମ ଖୁସିରେ ବସିଛି। ଶିଶୁଟିର କୌତୂକିଆ ମୁହଁରେ ଗୁଲୁଗୁଲିଆ ହସ ଦେଖିବାକୁ ମିଳିଛି। ମୋଦୀଙ୍କ ଟେବୁଲ୍‌ ଉପରେ କିଛି ଚକୋଲେଟ୍‌ ଥୁଆ ହୋଇଛି। ଏହି ଫଟୋଟିକୁ ମୋଦୀ ଇନ୍‌ଷ୍ଟାରେ ଦେବାର ମାତ୍ର ଅଧ ଘଣ୍ଟା ଭିତରେ ଫଟୋଟିକୁ ୫ ଲକ୍ଷ ଲାଇକ୍‌ ମିଳିଥିଲା।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେ ଜଣେ ଶିଶୁ ପ୍ରେମୀ ଏଥିରେ କାହାରି ସନ୍ଦେହ ନାହିଁ। ନିର୍ବାଚନ ଫଳାଫଳ ବାହାରିବା ଦିନ ମଧ୍ୟ ମୋଦୀଙ୍କ କୋଳରେ ଏକ ଶିଶୁ ଦେଖିବାକୁ ମିଳିଥିଲା। ସେ ଫଟୋଟି ସେ ସମୟରେ ବେଶ୍‌ ଭାଇରାଲ୍‌ ହେବା ପରେ ଶିଶୁଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନାତୁଣୀ ବୋଲି ଜାଣିବାକୁ ମିଳିଥିଲା। କିନ୍ତୁ ପରେ ଜଣାପଡିଲା ଶିଶୁଟି ବିଜେପି ନେତା ଜୟନାରାୟଣ ଜାତିଆଙ୍କ ନାତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More