Only for Entertainment

ହ୍ରିତିକ ରୋଶନଙ୍କୁ ଏହି କାରଣ ପାଇଁ ଟ୍ୱିଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

www.jagran.com
24

ଜୀବନ ନେଉଥିବା କର୍କଟ ରୋଗ ଏବେ ଅଧିକାଂଶଙ୍କ ନିକଟରେ ଦେଖାଯାଉଛି । ଯାହା ବହୁମାତ୍ରାରେ ଜୀବନ ନେଉଛି । ତେବେ ଏହି ଟ୍ରେଣ୍ଡରେ ସବୁବେଳେ ବଲିଉଡ ସେଲିବ୍ରେଟୀ ମାନଙ୍କ ନାମ ପ୍ରଥମେ ଆସିଥାଏ । ଯାହାର ପ୍ରତ୍ୟେକଟି ସୂଚନା ଆମେ ଦେଇଥାଉ । ନିକଟରେ ସେହିଭଳି ଜଣେ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି, ସେ ହେଉଛନ୍ତି ହ୍ରିତିକ ରୋଶନଙ୍କ ବାପା ଏବଂ ନିର୍ଦ୍ଦେଶକ ପ୍ରଯୋଜକ ରାକେଶ ରୋଶନ ।

ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ନିର୍ମତା ତଥା ଚଳଚ୍ଚିତ୍ର କାହାଣୀ ଲେଖକ ରାକେଶ ରୋଶନ ଏବେ ଗଳା କର୍କଟ ରୋଗର ପ୍ରାଥମିକ ପର୍ଯ୍ୟାୟରେ ଆକ୍ରାନ୍ତ ଥିବା  ଜଣା ପଡ଼ିବା ପରେ ଦେଶବ୍ୟାପି ତାଙ୍କ ପ୍ରଶଂସକମାନେ ଦୁଃଖିତ ହୋଇଥିଲେ। ଏହି ଖବର ତାଙ୍କର ଅଭିନେତା ପୁତ୍ର ହ୍ରିତିକ ରୋଶନ ନିଜର ଏକ ଇନ୍‌ଷ୍ଟା ପୋଷ୍ଟରେ ଜଣାଇବା ପରେ ରାକେଶଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ହ୍ରିତିକଙ୍କୁ ବ୍ୟସ୍ତ ବିବ୍ରତ ହେବାକୁ ସୋସିଆଲ ମିଡ଼ିଆ ବ୍ୟବହାର କରି ପରାମର୍ଶ ଦେଇଥିଲେ।

ତେବେ, ଅଭିନେତା ରାକେଶ ରୋଶନ ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବା ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବା ଜାଣିବାକୁ ମିଳିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକେଶଙ୍କ ପ୍ରଶଂସକଙ୍କ ସହ ସାମିଲ ହୋଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ହ୍ରିତିକଙ୍କ ନିକଟକୁ କରିଥିବା ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ପ୍ରିୟ ହ୍ରିତିକ୍‌, ମୁଁ ଶ୍ରୀ ରାକେଶ ରୋଶନ ଜୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି। ସେ ଜଣେ ଯୋଦ୍ଧା ଏବଂ ମୁଁ ନିଶ୍ଚିତ ସେ ଅତ୍ୟନ୍ତ ସାହାସର ସହ ଏ ଆହ୍ଵାନର ସାମନା କରି ନିଶ୍ଚିତ ଆରୋଗ୍ୟ ଲାଭ କରିବେ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More