Only for Entertainment

ଆମୀର ଖାନଙ୍କ ଟ୍ୱିଟରେ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ, କହିଲେ ଏହି କଥା

google
147

ନିକଟରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକର ବ୍ୟବହାରକୁ ବନ୍ଦ କରିବା ନେଇ ବଲିଉଡ ଅଭିନେତା ଆମୀର ଖାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସପୋର୍ଟ କରି ଏକ ଟ୍ୱିଟ କରିଥିଲେ । ଏହାର ସୂଚନା ଆମେ ଆପଣଙ୍କୁ ମଧ୍ୟ ଦେଇଥିଲୁ । ଏବେ ଆମୀରଙ୍କ ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରି-ଟ୍ୱିଟ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଆମୀର ଖାନଙ୍କ ଏହି ଟ୍ୱିଟରେ ପ୍ରଧାନମନ୍ତ୍ରୀ ରି-ଟ୍ୱିଟ କରି ଲେଖିଛନ୍ତି , ‘ସିଙ୍ଗିଲ ୟୁଜ ପ୍ଲାଷ୍ଟିକ’ର ବ୍ୟବହାର ଶେଷ କରିବାର ଏହି ମୁଭମେଣ୍ଟକୁ ନିଜର ବହୁମୂଲ୍ୟ ସପୋର୍ଟ ଦେଇଥିବାରୁ ଧନ୍ୟବାଦ । ଆପଣଙ୍କ ଏହି ସପୋର୍ଟ ଅନ୍ୟ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିବ ଏବଂ ଏହି ମୁଭମେଣ୍ଟ ମଜବୁତ ହେବ ।’

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଟ୍ୱିଟ ପରେ ଲୋକେ ଅନେକ କମେଣ୍ଟ କରିବାରେ ଲାଗିଛନ୍ତି । ଆମୀରଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ଲାଲ ସିଂ ଚଢା’ରେ ନଜର ଆସିବେ । ଏହି ଫିଲ୍ମ ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ରୁ ପ୍ରେରିତ । ଫିଲ୍ମରେ ଆମୀର ପ୍ରତିଥର ପରି ଏକ ନୂଆ ଚରିତ୍ରରେ ଆସିବେ । ଫିଲ୍ମ ଆଗାମୀ ବର୍ଷ ପରଦାକୁ ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More