Only for Entertainment

ପିଏମ ମୋଦିଙ୍କ ପିଲାଦିନକୁ ନେଇ ନିର୍ମାଣ ହୋଇଛି ଛୋଟ ୱେବ ଫିଲ୍ମ, ଆଜି ଦେଖିବେ ରାଷ୍ଟ୍ରପତି ।

aajtak
0 48

ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ମଙ୍ଗେସ ହଦାବଲେ ଏକ ସର୍ଟ ଫିଲ୍ମ ନିର୍ମାଣ କରିଛନ୍ତି ଯାହାର ନାମ ହେଉଛି ‘ଚଲୋ ଜିତେ ହୈଁ’ । ଫିଲ୍ମର ଖାସ କଥା ହେଉଛି ଏହି ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲାଦିନକୁ ନେଇ ନିର୍ମାଣ କରାଯାଉଛି । ଆଜି ସଂଧ୍ୟା ୭ଟାରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାମ୍ନାରେ ଫିଲ୍ମର ସ୍କ୍ରିନିଙ୍ଗ ରଖାଯାଇଛି ।

ନିର୍ମାତାଙ୍କ କହିବା ଅନୁସାରେ ସେ ପ୍ରଧାନମନ୍ତ୍ରୀଙ୍କ ନୀତିକୁ ପ୍ରେରିତ କରିବା ପାଇଁ ଫିଲ୍ମ ପ୍ରସ୍ତୁତ କରିନାହାଁନ୍ତି ବରଂ ଏହା ପ୍ରଧାନମନ୍ତ୍ରୀଙ୍କ ଜୀବନ ଆରମ୍ଭର କାହାଣୀ । ସେ ଏହା ମଧ୍ୟ କହିଛନ୍ତିଯେ ପିଲାଙ୍କ ସହିତ ତାଙ୍କର ଖାସ ବଣ୍ଡିଂ ରହିଛି ଏବଂ ଏହିଭଳି କାହାଣୀ ତାଙ୍କୁ ଆକର୍ଷିତ କରିଥାଏ,ତେଣୁ ସେ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

ଫିଲ୍ମରେ ଶିଶୁ କଳାକାର ଧୈର୍ଯ୍ୟ ଦର୍ଜୀ କାମ କରୁଛନ୍ତି । ଫିଲ୍ମ ସ୍ୱାଧୀନତାର ପରବର୍ତ୍ତୀ ସମୟକୁ ଦର୍ଶାଉଛି । ଯେଉଁଥିରେ ବିଭିନ୍ନ ଘଟଣା ଦେଖିବା ପରେ ପିଲାଟି ଦେଶ ପାଇଁ କିଛି କରିବାକୁ ପ୍ରେରିତ ହୋଇଛି । ପିଏମ ମୋଦିଙ୍କ ବହି ‘ସାମାଜିକ ସମରସତା’ ପଢିବା ପରେ ଏହି ଫିଲ୍ମ ନିର୍ମାଣ କରିବା କଥା ନିର୍ମାତା ଚିନ୍ତା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More