Only for Entertainment

ପିଏମ ନରେନ୍ଦ୍ର ମୋଦି ହେଲେ ବିବେକ ଓବରୟଙ୍କ ପ୍ରଥମ ଲୁକ ଆସିଲା ସାମ୍ନାକୁ !

30

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ‘ବାୟୋପକ ନରେନ୍ଦ୍ର ମୋଦି’ଫାଷ୍ଟ ଲୁକ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ ବିବେକ ଓବରୟ । ଫିଲ୍ମର ପୋଷ୍ଟର ୨୩ଟି ଭାଷାରେ ରିଲିଜ କରାଯାଇଛି । ଏହାର ଟ୍ୟାଗଲାଇନ ରହିଛି ଦେଶଭକ୍ତି ହିଁ ମୋର ଶକ୍ତି । ବିଗତ ଦିନ ଫିଲ୍ମ ଟ୍ରେଡ ଏକ୍ସପର୍ଟ ତରଣ ଆଦର୍ଶ ଫିଲ୍ମକୁ ନେଇ ଡିଟେଲ୍ସ ଜାରି କରିଛନ୍ତି ।

ମିଳିତ ସୂତ୍ର ମୁତାବକ ଏହି ଫିଲ୍ମର ସୁଟିଂ ଜାନୁଆରୀ ଭିତରେ ଆରମ୍ଭ ହୋଇଯିବ । ଫିଲ୍ମ ସାଧାରଣ ନିର୍ବାଚନ ପୂର୍ବରୁ ରିଲିଜ କରାଯିବ । ଏହାବ୍ୟତୀତ ଫିଲମର ସୁଟିଂ ଗୁଜୁରାଟ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କରାଯିବ । ଫିଲ୍ମଟିକୁ ଉମଙ୍ଗ କୁମାର ନିର୍ଦ୍ଦେଶନା କରୁଛନ୍ତି । ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ବିବାହ ଠାରୁ ଆରମ୍ଭ କରି ସଂଘ ପ୍ରଚାରକ ଏବଂ ପ୍ରଧାନମନ୍ତ୍ରୀ ହେବା ଯାତ୍ରାର ଝଲକ ଦେଖିବାକୁ ମିଳିବ । ଏହି ଫିଲ୍ମର ବଜେଟ ରହିଛି ହାରାହାରି ୨୦୦କୋଟି ।

ଏଠାରେ ଆମେ କହି ରଖୁଛୁ ଯେ ଏଠାରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବାୟୋପିକ ମଧ୍ୟ ୧୧ଜାନୁୟାରୀରେ ରିଲିଜ କରାଯିବ । ଫିଲ୍ମକୁ ନେଇ ଅନେକ ବିରୋଧ ହୋଇ ସାରିଲାଣି । ଏବେ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ ଏଭଳି କଣ ହେବାକୁ ଯାୁଛି ତାହା କେବଳ ସମୟ କହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More