Only for Entertainment

ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ଙ୍କ ନୂଆ ପୋଷ୍ଟର ରିଲିଜ ।

bollywood tadka
46

ବଲିଉଡ ଆକ୍ଟର ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ ଏବେ ଖୁବ ଚର୍ଚ୍ଚାରେ । ନିକଟରେ ଏହି ଫିଲ୍ମକୁ ନେଇ ଆସିଛି ଏକ ଖାସ ଖବର । ଖବର ମୁତାବକ ଏହି ଫିଲ୍ମ ରିଲିଜ ତାରିଖରୁ ୭ ଦିନ ପୂର୍ବରୁ ସିନେମା ଘରେ ରିଲିଜ ହେବ ।

ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ ଏହି ସୂଚନା ଦେଇଛନ୍ତି । ଫିଲ୍ମ ୫ ଅପ୍ରେଲ ୨୦୧୯କୁ ରିଲିଜ ହେବ । ଏହା ସହିତ ତରନ ଆଦର୍ଶ ଫିଲ୍ମର ଦ୍ୱିତୀୟ ପୋଷ୍ଟର ରିଲିଜ କରି ଦେଇଛନ୍ତି । ସବୁଠାରୁ ଖାସ କଥା ହେଉଛି ନିର୍ବାଚନକୁ ଆଖି ସାମ୍ନାରେ ରଖି ଫିଲ୍ମକୁ ରିଲିଜ ଡେଟ ପୂର୍ବରୁ ଆଉ ଏକ ତାରିଖ ମିଳି ଯାଇଛି । ଯାହା ଦ୍ୱାରା ଦର୍ଶକ ଖୁବଶୀଘ୍ର ଫିଲ୍ମଟିକୁ ଦେଖିବାର ସୁଯୋଗ ପାଇବେ ।

ଫିଲ୍ମ କଥା ଯଦି ଆଲୋଚନା କରିବା ତେବେ ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନର କିଛି ଅଜଣା କାହାଣୀ ଏବଂ ବାସ୍ତବତା ଦେଖିବାକୁ ମିଳିବ ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More