Only for Entertainment

ପିଏମଙ୍କ ବାୟୋପିକ ପାଇଁ ବିବେକ ଆପଣାଇଲେ ୯ଟି ଅବତାର, ଫିଲ୍ମରେ ଦେଖିବାକୁ ମିଳିବ ମୋଦିଙ୍କ ସାଧୁ ହେବାର କାହାଣୀ !

37

ବଲିଉଡ ଅଭିନେତା ବିବେକ ଓବରୟ କିଛିଦିନ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ଏହି ଫିଲ୍ମର ନୂଆ ପୋଷ୍ଟର ରିଲିଜ ହୋଇଥିଲା , ଯେଉଁଥିରେ ବିବେକ ୯ଟି ଭିନ୍ନ ଅବତାରରେ ନଜର ଆସିଥିଲେ । ଏହି ସମସ୍ତ ଲୁକରେ ମୋଦିଙ୍କ ଯୂବାବସ୍ଥା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଆଉ ଏକ ଏଭଳି ଫଟୋ ରହିଛି ଯେଉଁଥିରେ ବିବେକ ଲମ୍ବା ଲମ୍ବା ଦାଢି ରଖିଛନ୍ତି ଏବଂ ବେକରେ ମାଳା ପକାଇଛନ୍ତି । ଅନୁମାନ ଲଗାଯାଉଛି ଯେ ଏହି ଲୁକରେ ମୋଦି ହିମାଳୟ ଗୁମ୍ଫାରେ ବାସ କରୁଥିଲେ ।

ଶୁଣିବାକୁ ମିଳିଛି ଯେ ମୋଦି ଘର ଛାଡି ୨ବର୍ଷ ହିମାଳୟ ଗୁମ୍ଫାରେ ରହୁଥିଲେ । ସେଠାରେ ସେ ଜଣେ ସାଧୁ ଭଳି ଜୀବନ ବିତାଉଥିଲେ । ଏହାବ୍ୟତୀତ ୨୦୧୪ରେ ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ହାସିଲ କରି ପ୍ରଧାନମନ୍ତ୍ରୀ ହେବା ଯାଏଁ ସଫଳତା ଦେଖିବାକୁ ମିଳିବ ଏହି ଫିଲ୍ମ ଜରିଆରେ ।

ଫିଲ୍ମରେ ଓମଙ୍ଗ କୁମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ବିବାହ, ସଂଘ ପ୍ରଚାରକ ଏବଂ ପ୍ରଧାନମନ୍ତ୍ରୀ ହେବା କାହାଣୀ ମନୋରଂଜକ ପ୍ରକ୍ରିୟାରେ ପରିବେଶଣ କରାଯିବ । ଫିଲ୍ମର ବଜେଟ ୨୦୦କୋଟି ଟଙ୍କା ପାଖାପାଖି ବୋଲି ଶୁଣିବାକୁ ମିଳିଛି । ତେବେ ଏହି ଫିଲ୍ମ ୨୩ଟି ଭାଷାରେ ରିଲିଜ ହେବ ଏବଂ ୧୨ଅପ୍ରେଲ ୨୦୧୯ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More