Only for Entertainment

୬ଘଂଟା ମେକଅପ ପରେ ବିବେକ ଓବରୟ ହୋଇ ପାରୁଥିଲେ ପିଏମ ମୋଦି, ଭିଡିଓରେ ଦେଖିବାକୁ ମିଳିଲା କଠିନ ପରିଶ୍ରମ !

44

ଚଳଚ୍ଚିତ୍ର ପିଏମ୍ ନରେନ୍ଦ୍ର ମୋଦିକୁ ନେଇ ବିବାଦ ଦେଖାଦେଇଥିବାବଳେ, ସେପଟେ ସିନେମାରେ ନିଜ ଲୁକ୍ ବିଷୟରେ ଏକ ଭିଡିଓ ସେୟାର୍ କରିଛନ୍ତି ଅଭିନେତା ବିବେକ୍ ଓବରୟ । ଏହି ସିନେମାଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ, ଫିଲ୍ମରେ ତାଙ୍କ ଚରିତ୍ରକୁ ତୁଲାଉଛନ୍ତି ଅଭିନେତା ବିବେକ ଓବରଏ । ଆଉ ମୋଦିଙ୍କ ପରି ଦେଖାଯିବା ପାଇଁ ସେ କିପରି ମେକଓଭର୍ କରାଇଥିଲେ ତାହା ଦେଖିବାକୁ ମିଳିଛି ଏହି ଭିଡିଓରେ ।

ଯେତେବେଳେ ପ୍ରଥମଥର ବିବେକଙ୍କ ଲୁକ ସାମ୍ନାକୁ ଆସିଥିଲା, ସମସ୍ତେ ଭଲ ଖରାପ ରେସପନ୍ସ ଦେଇଥିଲେ । କିଛି ଲୋକ ତାଙ୍କର ଲୁକକୁ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ କହିଥିଲେ ବିବେକ ବିଲକୁଲ ମୋଦିଙ୍କ ଭଳି ଦିଶୁନାହାନ୍ତି । କିନ୍ତୁ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବିବେକ ପିଏମ ମୋଦି ହେବା ଲାଗି କେତେ ପରିଶ୍ରମ କରିଛନ୍ତି । ପ୍ରୋସ୍ଥେଟିକ ମେକଅପ ଜରିଆରେ ତାଙ୍କ ଲୁକ ବଦଳା ଯାଇଛି ।


ଏହି ଭିଡିଓରେ ତାଙ୍କୁ ପ୍ରୋସ୍ଥେଟିକ ମେକଅପ ହେବା ଲାଗି ପାଖାପାଖି ୫-୬ଘଂଟା ଲାଗିଥିଲା ବୋଲି ଜଣାପଡିଛି । ଏଠାରେ ଆମେ କହି ରଖୁଛୁ ଯେ ନିର୍ଦ୍ଦେଶକ ଉମଙ୍ଗ କୁମାର ଅଟନ୍ତି ଯିଏ ପ୍ରଥମ ଫିଲ୍ମ ମେରିକମ ଏବଂ ସବରଜିତ ମଧ୍ୟ ନିର୍ଦ୍ଦେଶନା କରିଛନ୍ତି । ଫିଲ୍ମ ୫ଅପ୍ରେଲରେ ରିଲିଜ ହେବ, ଯାହା ବକ୍ସଅଫିସରେ ଜନ ଅବ୍ରାହାମଙ୍କ ଫିଲ୍ମ ରୋମିଓ ଅକବର ୱାଲ୍ଟରକୁ ଟକ୍କର ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More