Only for Entertainment

‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ବେୟର କିପରି ବୁଝୁଥିଲେ ମୋଦୀଙ୍କ ଭାଷା, ପ୍ରଧାନମନ୍ତ୍ରୀ ଖୋଲିଲେ ରହସ୍ୟ

latestly
258

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୨ରେ ଡିସ୍କଭରୀ ଚ୍ୟାନେଲର ଲୋକପ୍ରିୟ ଶୋ ‘ମ୍ୟାନ ଭର୍ସେସ ୱାଇଲ୍ଡ’ର ଏକ ସ୍ପେଶାଲ ଏପିସୋଡରେ ନଜର ଆସିଥିଲେ । ଶୋ’ର ହୋଷ୍ଟ ବେୟର ଗିଲ୍ସଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଏପିସୋଡରେ ନଜର ଆସିଥିଲେ । ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେୟର ନିଜ ନିଜ ଅନୁଭବକୁ ସେୟାର କରିଥିଲେ । ଶୋ’ ଟେଲିକାଷ୍ଟ ହେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥିଲା ଯେ ପୂରା ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୀରେ କଥା ହୋଇଥିବା ବେଳେ ହିନ୍ଦୀ ବୁଝିପାରୁନଥିବା ବେୟର ତାଙ୍କ କଥା କିପରି ବୁଝୁଥିଲେ ?

ଏହି ପ୍ରଶ୍ନର ଉତ୍ତର ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ ନିଜେ ଦେଇଛନ୍ତି । ସେ କହିଛନ୍ତି ଯେ, ବହୁତ ଲୋକେ ଜାଣିବା ପାଇଁ ଚାହାଁନ୍ତି ବେୟର ଗିଲ୍ସ ହିନ୍ଦୀ କିପରି ବୁଝୁଥିଲେ । ଲୋକେ ପଚାରୁଛନ୍ତି ଏହା ଏଡିଟ କରାଯାଇଛି କି ? ନା ଶୋ’ ଅନେକ ଥର ସୁଟ କରାଯାଇଛି । ମୋଦୀ ଆଗକୁ କହିଛନ୍ତି, ମୋର ଏବଂ ବେୟରଙ୍କ ମଧ୍ୟରେ ଟେକ୍ନୋଲୋଜି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏକ କର୍ଡଲେସ ଡିଭାଇସ ବେୟରଙ୍କ କାନରେ ଲଗାଯାଇଥିଲା । ଏହି ଡିଭାଇସ ଖୁବ ଶୀଘ୍ର ହିନ୍ଦୀକୁ ଇଂଗ୍ରାଜୀରେ ଟ୍ରାନ୍ସଲେଟ କରିଦେଉଥିଲା ।

କହିରଖୁଛୁ ଯେ, ୧୨ ଅଗଷ୍ଟରେ ପ୍ରସାରିତ ହୋଇଥିବା ଏହି ଏପିସୋଡ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ପ୍ରସାରିତ ହୋଇଥିଲା । ଏହା ଦୁନିଆର ସବୁଠାରୁ ଅଧିକ ଦେଖାଯାଇଥିବା ଶୋ’ ପାଲଟିଛି । ଏହି ବିଷୟରେ ବେୟର ଇଂଷ୍ଟାଗ୍ରାମରେ ସୂଚନା ଦେଇ କହିଥିଲେ ପିଏମ ମୋଦୀଙ୍କ ସହିତ ମ୍ୟାନ ଭର୍ସେସ ୱାଇଲ୍ଡର ଏହି ଏପିସୋଡ ଅଫିସିଆଲ ଭାବେ ଦୁନିଆର ସବୁଠାରୁ ଟ୍ରେଡିଂ ଟିଭି ଇଭେଣ୍ଟ ଥିଲା । ୩.୬ ବିଲିଅନ ଭ୍ୟୁଜ । ଏହା ସୁପର ବାର୍ଲଙ୍କ ଇଭେଣ୍ଟକୁ ମଧ୍ୟେ ପଛରେ ପକାଇ ଦେଇଛି । ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଏହାକୁ ଦେଖିଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More