Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ‘ପିଏମ ନେରନ୍ଦ୍ର ମୋଦି’ର ରିଲିଜ ଡେଟରେ ପରିବର୍ତ୍ତନ, ୫ ଏପ୍ରିଲ ବଦଳରେ ଏହି ଦିନ ହେବ ରିଲିଜ

dna
35

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’କୁ ନେଇ ଏବେ ଖୁବ ଚର୍ଚ୍ଚା । ଏହି ଫିଲ୍ମରେ ବଲିଉଡ ଅଭିନେତା ବିବେକ ଓବରୟ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଫିଲ୍ମ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇଛି ।

ପୂର୍ବରୁ ଫିଲ୍ମ ୫ ଏପ୍ରିଲରେ ରିଲିଜ ହେବାକୁ ସ୍ଥିର ହୋଇଥିବା ବେଳେ ଏବେ ଏହାର ରିଲିଜ ଡେଟରେ ପରିବର୍ତ୍ତନ କରାଯାଇ ୧୨ ଏପ୍ରିଲ ରଖାଯାଇଛି । ଅର୍ଥାତ ଫିଲ୍ମ ଏବେ ଗୋଟିଏ ସପ୍ତାହ ପରେ ସିନେମା ଘରକୁ ଆସିବ । ଲୋକସଭା ନିର୍ବାଚନକୁ ଆଖିରେ ରଖି ମେକର୍ସ ଏହାର ରିଲିଜ ଡେଟକୁ ଆଗାକୁ ବଢାଇଛନ୍ତି ।

କହିରଖୁଛୁ ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମଙ୍ଗ କୁମାର । ସୁରେଶ ଓବରୟ, ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ମିଳିତ ଭାବେ ଏହାକୁ ପ୍ରଡ୍ୟୁସ କରିଛନ୍ତି । ଫିଲ୍ମରୁ ସୋସିଆଲ ମିଡିଆରେ ଖୁବ ପ୍ରମୋଟ କରାଯାଉଛି । ଫିଲ୍ମକୁ ୨୩ ଟି ଭାଷାରେ ରିଲିଜ କରାଯିବ । ଦେଖିବାକୁ ବାକି ରହିଲା ଫିଲ୍ମକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More