Only for Entertainment

କିଏ ଏହି ବ୍ୟକ୍ତି ? ହେଲମେଟ ପିନ୍ଧି ନଥାଇ ମଧ୍ୟ ଚାଲାଣ କାଟିଲେ ନାହିଁ ଟ୍ରାଫିକ ପୋଲିସ, ଜାଣିବା ପାଇଁ ପଢନ୍ତୁ

catchnews
236

ଦେଶର ଅନେକ ରାଜ୍ୟରେ ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ ମୋଟ ଅଙ୍କର ଚାଲାଣ କଟା ଯାଉଛି। ଏହି କ୍ରମରେ ଗୁଜୁରାଟର ଛୋଟା ଉଦୟପୁରରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଅଧିକାଂଶ ଚାଳକ ନିୟମ ପାଳନ କରୁଥିବା ନଜର ଆସୁଥିବା ବେଳେ ଜାକିର ମେମନ୍‌ ନାମକ ବ୍ୟକ୍ତି ବିନା ହେଲମେଟରେ ହିଁ ସଡ଼କରେ ବାଇକ୍‌ ଚଳାଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିନା ହେଲମେଟରେ ଗାଡ଼ି ଚଳାଇବା ସତ୍ତ୍ୱେ ବି ଟ୍ରାଫିକ୍‌ ପୁଲିସ ତାଙ୍କର ଚଲାଣ କାଟୁ ନାହିଁ।

ଗୁଜୁରାଟର ଛୋଟା ଉଦୟପୁର ସ୍ଥିତ ବୋଡେଲି ସହରରେ ବସବାସ କରୁଥିବା ଜାକିର ମେମନ ବିନା ହେଲମେଟରେ ବାଇକ୍‌ ଚାଲଉଥିବା ସମୟରେ ନୂଆ ମୋଟରଯାନ ଆଇନ ଅନୁସାରେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇ ଥିଲା। ଏହି ସମୟରେ ଜାକିର କହିଥିଲେ କି, ସେ ଟ୍ରାଫିକ୍‌ ନିୟମ ଅନୁସାରେ ସମସ୍ତ ନିୟମ ପାଳନ କରି ଗାଡ଼ି ଚଳାନ୍ତି। ଏହି ସମୟରେ ଯେଉଁ ସବୁ କାଗଜପତ୍ର ଆବଶ୍ୟକ ସେସବୁକୁ ପାଖରେ ରଖିଥାଆନ୍ତି। କିନ୍ତୁ ଚାହିିଁକି ବି ସେ ହେଲମେଟ ପିନ୍ଧି ପାରନ୍ତି ନାହିଁ, କାରଣ ତାଙ୍କ ମୁଣ୍ଡ ଏତେ ବଡ଼ ଯେ କୌଣସି ହେଲମେଟ ଫିଟ୍‌ ହିଁ ହୁଏ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More