Only for Entertainment

ମା’ ଭଳି ଶିଶୁକୁ ଶୁଆଇଲେ କନେଷ୍ଟବଳ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ।

India Today
30

ଉତ୍ତରପ୍ରଦେଶର ଜଣେ କନେଷ୍ଟବଳଙ୍କ ଗୁଳିରେ ୩୮ବର୍ଷିୟ ବହୁରାଷ୍ଟ୍ରୀୟ କମ୍ପାନୀର ଜଣେ ଅଧିକାରୀ ବିବେକଙ୍କ ମୃତ୍ୟୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକେ ମଧ୍ୟ ପୁଲିସ ଅଧିକାରୀଙ୍କୁ ନେଇ କ୍ଷୁବ୍ଧ ଅଛନ୍ତି । ହେଲେ ତେଲେଙ୍ଗାନାର ଜଣେ ପୁଲିସ କନେଷ୍ଟବଳ କିନ୍ତୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ । କାନ୍ଦୁଥିବା ଛୁଆକୁ ବୁଝାଇସୁଝାଇ ନିଜ କୋଳରେ ଶୁଆଇବାର ଘଟଣା ସମସ୍ତଙ୍କ ହୃଦୟକୁ ଛୁଇଁଛି ।

ଆଇପିଏସ ଅଫିସର ରେମା ରାଜେଶ୍ୱରୀ ଏକ ଫଟୋକୁ ଟୁଇଟରରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ପୁଲିସ କନେଷ୍ଟବଳ ନିଜ କୋଳରେ ଛୋଟ ଛୁଆଟିକୁ ବୁଝାଉଛି । ହେଲେ ଏହି ଫଟୋର ପଛରେ ରହିଛି ହୃଦୟକୁ ଛୁଇଁଲା ଭଳି କଥାଟିଏ । କନେଷ୍ଟବଳ ମୁଜିବ ଉର ରହମାନଙ୍କ ଡ୍ୟୁଟି ମହବୁବ ନଗରର ବୟଜ ଜୁନିୟର କଲେଜରେ ପଡିଥିଲା । ଏଠାରେ ଚାଲିଥିଲା ଏସସିଟିପିସି ପରୀକ୍ଷା ।


ପରୀକ୍ଷା ଦେବାକୁ ଜଣେ ମହିଳା ପହଞ୍ଚିଥିଲେ । ମହିଳାଙ୍କ ସହ ଛୁଆଟି ଥିବାରୁ ପରୀକ୍ଷା ଦେବାରେ ସେ ଅସୁବିଧା ଭୋଗୁଥିଲେ । ଏହା ଦେଖି ମୁଜିବ ମହିଳାଙ୍କୁ ସହଯୋଗ ପାଇଁ ହାତ ବଢାଇଥିଲେ । ସେ ଛୁଆଟିକୁ ମହିଳାଙ୍କ ଠାରୁ ଆଣି ବାହାରେ ନିଜେ ସମ୍ଭାଳିଥିଲେ । ଟୁଇଟରରେ ମୁଜିବଙ୍କୁ ଲୋକେ ବେଶ ପ୍ରଶଂସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More