Only for Entertainment

ଜାତି ଧର୍ମକୁ ପଛରେ ପକାଇ ବିବାହ ପନ୍ଧନରେ ବାନ୍ଧି ହେଲେ ଏହି ସମସ୍ତ ନେତା । ଯାହା ଅନ୍ୟମାନଙ୍କ ପାଇଁ ପ୍ରେମର ଏକ ଉଦାହରଣ ।

youtube
0 49

କୁହାଯାଏ ପ୍ରେମର କୌଣସି ଜାତିି ନଥାଏ । ଏହାର କୌଣସି ବାସ୍ତବ ସମୟ ନଥାଏ । ଏହା କୌଣସି ସମୟରେ ଏବଂ କାହା ସହିତ ଘଟିପାରେ । ଏହା ହୃଦୟର ଏକ ପବିତ୍ର ଭାବନା । ତେଣୁ ଏଥିରେ ଜାତି,ଧର୍ମ ଓ ବର୍ଣ୍ଣର କୌଣସି ନିର୍ଦ୍ଦଷ୍ଟ ସ୍ଥାନ ନଥାଏ । ଏହାର କେତେକ ଉହାଦରଣ ଆମ ଚତୁଃପାଶ୍ୱର୍ରେ ଦେଖିବାକୁ ମିଳିଥାଏ । କେବଳ ସାଧାରଣ ବ୍ୟକ୍ତି ନୁହଁନ୍ତି ଏମିତି କିଛି ନେତା ଅଛନ୍ତି ଯେଉଁମାନେ ପ୍ରେମର ସଂଜ୍ଞା ବୁଝିଛନ୍ତି ଏବଂ ଜାତି ଓ ଧର୍ମକୁ ପଛରେ ପକାଇ ନିଜ ପ୍ରେମକୁ ହାସଲ କରିଛନ୍ତି । ଯଦିଓ ଏସବୁ କରିବାରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ତଥାପି ତାଙ୍କର ଏ ପ୍ରେମ କାହାଣୀ ଖୁବ ହୃଦୟଛୁଆଁ ।

ଭାଜପା ନେତା ଶାହାନବାଜ ହୁସେନଙ୍କ ପ୍ରେମ କାହାଣୀ ଖୁବ ମଜାଦାର । ପ୍ରଥମ ଥର ଦୁଇଜଣଙ୍କର ସାକ୍ଷାତ ଦିଲ୍ଲୀର ଡିଟିସି ବସ୍ରେ ହୋଇଥିଲା ଓ ପରବର୍ତ୍ତୀ ସମୟରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତେବେ ୮ ବର୍ଷର ବନ୍ଧୁତା ପରେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତା ଦିଗବିଜୟ ସିଂ ତାଙ୍କ ପ୍ରଥମ ପତ୍ନୀଙ୍କ ବିୟୋଗ ପରେ ଟିଭି ଆଙ୍କର ଅମୃତା ରାୟଙ୍କ ସଂସ୍ୱର୍ଶରେ ଆସିଥିଲେ । ପିଲାମାନଙ୍କର ବିରୋଧ ପରେ ମଧ୍ୟ ଦୁଇଜଣ ବିବାହ କରିଥିଲେ ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ମୁଖିଆ ଅଖିଳେଶ ଯାଦବଙ୍କ ସାକ୍ଷାତ ଡିମ୍ପଲ ରାୱତଙ୍କ ସହିତ ଇଂଜିନିୟରିଂ କରିବା ସମୟରେ ହୋଇଥିଲା । ଏହାପରେ ଦୁଇଜଣଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ପରିବାରର ନାରାଜ ପରେ ସେ ତାଙ୍କ ଜେଜେମାଙ୍କ ସହାୟତାରେ ସମସ୍ୟାର ସମାଧାନ କରିଥିଲେ ଓ ବିବାହ କରିଥିଲେ ।

ସୁନନ୍ଦା ପୁଷ୍କର କଂଗ୍ରେସ ନେତା ଏବଂ ପୂର୍ବ ବିଦେଶ ମାମଲାର ରାଜ୍ୟମନ୍ତ୍ରୀ ଶଶି ଥରୁରଙ୍କ ତୃତୀୟ ପତ୍ନୀ ଥିଲେ । ଦୁବାଇର ଏକ ହୋଟେଲରେ ଦୁଇଜଣଙ୍କର ପ୍ରଥମ ଦେଖା ହୋଇଥିଲା । ତାହାର ୪ ମାସ ପରେ ଦୁଇଜଣ ବିବାହ କରିଥିଲେ । ବିବାହର ୪ ବର୍ଷ ପରେ ସୁନନ୍ଦା ଦିଲ୍ଲୀର ଏକ ହୋଟେଲରୁ ମୃତ ଭାବରେ ମିଳିଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣନବିସ ଓ ଅମୃତାଙ୍କ ବିବାହ ଆରେଂଜ ଥିଲା । କିନ୍ତୁ ଏହା ପୂର୍ବରୁ ସେ ତାକୁ ପ୍ରେମରେ ପରିଣତ କରିଥିଲେ ।

ବରୁଣ ଗାନ୍ଧୀ ଏବଂ ଯାମିନୀ ରାୟଙ୍କର ସାକ୍ଷାତ ଜଣେ ବନ୍ଧୁଙ୍କ ଜରିଆରେ ହୋଇଥିଲା । ପରେ ଦୁଇଜଣ ବିବାହ କରିଥିଲେ ।

ପଂଜାବର ମନ୍ତ୍ରୀ ନବଜାତ ସିଂ ସିଦ୍ଦୁଙ୍କୁ ପ୍ରଥମ ନଜରରେ ନବଜୋତ କୌରଙ୍କୁ ପ୍ରେମ ହୋଇଥିଲା । ସିଦ୍ଦୁ ଖରାରେ ମଧ୍ୟ ନବଜୋତଙ୍କ ଘର ସାମ୍ନାରେ ଘଂଟା ଘଂଟା ଧରି ଅପେକ୍ଷା କରୁଥିଲେ । ନବଜୋତଙ୍କ ନଜର ସିଦ୍ଦୁଙ୍କ ଉପରେ ପଡ଼ିଲା ଓ ସେ ତାଙ୍କ ସହିତ କଥା ହୋଇଥିଲେ । ତେବେ ଶେଷରେ ଦୁଇଜଣଙ୍କର ବିବାହ ହୋଇଥିଲା ।

 


ବଲିଉଡର ପ୍ରସିଦ୍ଧ ଗାୟକ ଓ ମନ୍ତ୍ରୀ ବାବୁଲ ସୁପ୍ର୍ରିୟ ୨୦୧୬ରେ ଏୟାରହଷ୍ଟେସ ରଚନା ଶର୍ମାଙ୍କୁ ବିବାହ କରିଥିଲେ । ତେବେ ୨୦୧୪ରେ କୋଲକତାରୁ ମୁମ୍ବାଇ ଯିବା ସମୟରେ ଫ୍ଲାଇଟରେ ଦୁଇଜଣଙ୍କର ଦେଖା ହୋଇଥିଲା । କିଛି ସମୟ କଥା ହେବା ପରେ ବାବୁଲ ତାଙ୍କୁ ମୋବାଲଇ ନମ୍ବର ମାଗିଥିଲେ ଓ ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ବିବାହ କରିଥିଲେ । ଏହା ପୂର୍ବରୁ ତାଙ୍କର ପ୍ରିୟା ସୁପ୍ରିୟାଙ୍କ ସହିତ ବିବାହ ହୋଇଥିଲା ।

 

 

 

ପପୁ ଯାଦବଙ୍କ ପ୍ରେମ କାହାଣୀ ସବୁଠାରୁ ନିଆରା । ଏକ ମର୍ଡର କେସରେ ଯେତେବେଳେ ସେ ଜେଲରେ ଦଣ୍ଡ ପାଉଥିଲେ,ସେହି ସମୟରେ ତାଙ୍କୁ ରଂଜିତା ସିଂଙ୍କୁ ପ୍ରେମ ହୋଇଥିଲା । ତାଙ୍କର ଗୋଟିଏ ଝଲକ ପାଇଁ ସେ ଟେନିସ କୋର୍ଟରେ ପହଂଚି ଯାଉଥିଲେ । କିନ୍ତୁ ବିବାହ ପାଇଁ ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହାର କାରଣ ହେଉଛି ରଂଜିତା ଶିଖ ଏବଂ ପପୁ ହିନ୍ଦୁ ଥିଲେ । କେବେଳ ସେତିକି ନୁହେଁ ଥରେ ପପୁ ଯାଦବ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More