Only for Entertainment

ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଡାଳିମ୍ବ ।

59

ଡାଳିମ୍ବ ଶରୀର ପାଇଁ ବିଶେଷ ଫଳପ୍ରଦ ଏହା ସମସ୍ତେ ଜାଣନ୍ତି । ଅତି ସାଧାରଣ ଭାବରେ ଆମେ ଏହା ବିଷୟରେ କିଛି କଥା ଜାଣିଥାଉ । କିନ୍ତୁ ଏହା ଯେ ଏକାଧିକ କାମରେ ସହାୟତା କରିଥାଏ ଏହା ହୁଏତ ଆପଣ କମ ଜାଣିଥିବେ ।

ଡାଳିମ୍ବ ରସ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରି ରଖିଥାଏ।ଡାଳିମ୍ବ ଖାଇଲେ ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ।ଡାଳିମ୍ବକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ମିଳିଥାଏ ଅନେକ ସୁଫଳ। ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଛି। ଏହାଛଡା ଏଥିରେ ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦାନ ମାନ ରହିଛି ।ଏହାର ବ୍ୟବହାର ଦ୍ୱାରା ହୃଦ୍‌ଘାତ ଓ କର୍କଟ ରୋଗରୁ ମୁକ୍ତି ମିଳିପାରେ। ତ୍ୱଚାକୁ ଏହା ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ଏଜିଂ ମହୋଷଧୀ ଭାବେ କାର୍ଯ୍ୟ କରେ। ତେଣୁ ସପ୍ତାହରେ ଦୁଇରୁ କିମ୍ବା ୩ ଥର ଡାଳିମ୍ବ ଚୋପା ଜୁସ୍‌ ପିଇବା ଉଚିତ୍‌।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More