Only for Entertainment

ମିଠୁ କୁ ନେଇ ପୂଜା ଭଟଙ୍କ ବଡ ବୟାନ, ସୋସିଆଲ ମିଡିଆରେ ଆରୋପ ଲଗାଇଲେ କିଛି ହାସିଲ ହେବ ନାହିଁ !

22

ମୁନ୍ନା ଭାଇ ଏମ୍‌ବିବିଏସ୍‌ ଏବଂ ସଞ୍ଜୁ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରାଜକୁମାର ହିରାନୀଙ୍କ ଉପରେ ତାଙ୍କର ଜଣେ ସହଯୋଗୀ ଅସଦାଚରଣର ଅଭିଯୋଗ ଆଣିବା ପରେ ପୂରା ବଲିଉଡ୍‌ ଏବେ ଦ୍ୱନ୍ଦ୍ୱରେ ପଡ଼ି ଯାଇଛି । କିଛି ଲୋକଙ୍କ ପାଇଁ ଏହାକୁ ବିଶ୍ୱାସ କରିବା କଷ୍ଟକର କହୁ ଥିବା ବେଳେ ଏବେ ପୂଜା ଭଟ୍ଟ ଏ ନେଇ ନିଜର ବୟାନ ଦେଇଛନ୍ତି ।

ପୂଜାଙ୍କ କହିବା ଅନୁଯାୟୀ,”ସୋସିଆଲ ମିଡିଆରେ ନିଜ ସହ ହେଉଥିବା ଶୋଷଣର କଥା ଲେଖିବା ଦ୍ୱାରା କିଛି ପରିବର୍ତ୍ତନ ହେବ ନାହିଁ ବି ଦୋଷୀକୁ ଦଣ୍ଡ ମିଳିବ ନାହିଁ । ଏଭଳି କିଛି କରିବା ଅପେକ୍ଷା ପ୍ରଥମେ ଯାଇ ଆପଣଙ୍କ ସହ ଅସଦାଚରଣ କରିଥିବା ଲୋକ ବିରୋଧରେ ପୁଲିସରେ ଅଭିଯୋଗ କରନ୍ତୁ । ଏହା ପରେ ଯାଇ ଆପଣଙ୍କୁ ନ୍ୟାୟ ମିଳି ପାରିବ । ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୋସିଆଲ ମିଡିଆରେ ଲେଖିବା ଦ୍ୱାରା ଆପଣଙ୍କୁ ନ୍ୟାୟ ମିଳି ପାରିବ ନାହିଁ । ବଲିଉଡ୍‌ରେ ଅନେକ ଥର କାଷ୍ଟିଙ୍ଗ କାଉଚ୍‌କୁ ନେଇ କଥା ଉଠେ । ଏହା ସତ କି ଇଣ୍ଡଷ୍ଟ୍ରିରେ ସବୁଠି କାଷ୍ଟିଙ୍ଗ କାଉଚ୍‌ ରହିଛି । ମୁଁ ଏଥିରୁ ବର୍ତ୍ତି ଯାଇଛି କାରଣ, ମୋ ସହ କାମ କରୁଥିବା ୯୦ ପ୍ରତିଶତ ଲୋକଙ୍କ ସହ ମୁଁ ଛୋଟ ବେଳୁ କାମ କରି ଆସିଛି । ମୁଁ କେବେ ହେଲେ ବାହାରେ ଯାଇ କାମ କରି ନାହିଁ । ଯେଉଁଠି ପାଓ୍ଵାର ରହିଛି,ସେଠାରେ କାଷ୍ଟିଙ୍ଗ କାଉଚ୍‌ ଭଳି ଜିନିଷ ଅଧିକ ଦେଖିବାକୁ ମିଳିଥାଏ” ବୋଲି ପୂଜା ମତ ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More