Only for Entertainment

ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ହିତକର ଅଟେ ମକା ।

cdn.cnn.com
0 45

ଭଜା ମକା ମଞ୍ଜି ଖାଇବାକୁ କାହକୁ ବା ଭଲ ନଲାଗେ । ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଟାଇମ ପାସ ପାଇଁ ମୁଭି ଦେଖିଲା ବେଳେ ବା ଦୂର ସ୍ଥାନକୁ ଭ୍ରମଣ କରିବା ସମୟରେ ଭଜା ମକା ମଞ୍ଜି ଖାଇବାକୁ ଭଲ ପାଇଥାନ୍ତି । ଏହା ପ୍ରାୟ ସବୁ ସମୟରେ ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ଏଥିରେ ଫାଇବର, ଆଂଟି ଅକ୍ସିଡେଂଟ , ଭିଟାମିନ, କ୍ୟାଲସିୟମ, ଭାଙ୍ଗାନିଜ ଭଳି ଅନେକ ପୋଷକ ତତ୍ୱ ରହିଛି । ଅନେକ ଲୋକ ଭଜା ମକା ମଞ୍ଜି ବନାଇଲା ବେଳେ ତେଲ ବା ଘିଅ ବ୍ୟବହାର କରିଥାନ୍ତି, ଯାହା ସ୍ୱାସ୍ଥ୍ର ପାଇଁ କ୍ଷତିକାରକ । ଏଥିରୁ ବଂଚିବା ପାଇଁ ଲୁଣ ପ୍ରୋୟଗ କରନ୍ତୁ । ଏହା ଦ୍ୱାରା ହୃଦୟକୁ ସୁସ୍ଥ ରଖିଥାଏ । ଏହା ବ୍ୟତୀତ ସ୍ୱାସ୍ଥ୍ର୍ୟର ଅନେକ ସମସ୍ୟାରୁ ରକ୍ଷା କରିବାରେ ସହାୟତା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭଜା ମକା ମଞ୍ଜିର କେତେକ ଉପକାରୀତା ।

କୋଲେଷ୍ଟ୍ରଲ ହ୍ରାସ କରେ
ପ୍ରତିଦିନ ୫ରୁ ୩ ଜଣ ବ୍ୟକ୍ତି କୋଲେଷ୍ଟ୍ରଲ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାରୁ ବଂଚିବା ପାଇଁ ନିୟମିତ ଭଜା ମକା ମଞ୍ଜି ଖାଆନ୍ତୁ । ଏହାଦ୍ୱାରା ଫାଇବରର ମାତ୍ରା ଅଧିକ ହୋଇ କୋଲେଷ୍ଟ୍ରଲ କମ କରିପାରେ । ଏହାଦ୍ୱାର ହୃଦ ଘାତ ସମସ୍ୟାରୁ ରକ୍ଷା ମଦ୍ଦ କରିଥାଏ ।

ପାଚନ କ୍ରିୟାକୁ ମଜବୁତ କରିବା
ଏହାକୁ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ମଜବୁତ ହୁଏ । ସପ୍ତାହରେ ତିନି ଥର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଏସିଡିଟି ଭଳି ସମସ୍ୟାରୁ ରକ୍ଷା ଦେଇଥାଏ ।

କ୍ୟାନସର ସମସ୍ୟା
ଏଥିରେ ଶକ୍ତିଶାଳୀ ଆଂଟି ଅକ୍ସିଡେଂଟ ରହିଛି । ଶରୀରକୁ ଏହି ପୋଷକ ତତ୍ୱ ଖୁବ ଜରୁରୀ । ଏ ଆଂଟି ଅକ୍ସିଡେଂଟ କର୍କଟ ରୋଗ ହେଉଥିବା କୋଷକୁ ବଢାଇବା ପାଇଁ ଦିଏ ନାହିଁ ।

ଓଜନ ହ୍ରାସ
ଭଜା ମକା ମଞ୍ଜିରେ ବହୁତ କମ୍ ମାତ୍ରାରେ କ୍ୟାଲେରୀ ପାଇବା । ସେଥିପାଇଁ ଯେତେବେଳେ ବି ଆପଣଙ୍କୁ ଭୋକ ଲାଗୁଛି ଭଜା ମକା ମଞ୍ଜ ଖାଆନ୍ତୁ । ଏହା ଦ୍ୱାରା ଆପଣଙ୍କ ଭୋକ ବି ମେଂଟିବ ଓ ଓଜନ ହ୍ରାସ ମଦ୍ଦ କରିବାରେ ସହାୟତା କରିବ ।

ହାଡ଼କୁ ମଜବୁତ କରିବା
ଏଥିରେ ମାଙ୍ଗାନିଜ ଥିବାରୁ ହାଡ଼କୁ ମଜବୁତ କରିବାରେ ସହାୟତା ହୋଇଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ଼ ସ୍ୱାସ୍ଥ୍ୟ ସୁସ୍ଥ ରୁହେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More