Only for Entertainment

ଲୋକପ୍ରିୟ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ପରଲୋକ

Wikipedia
0 48

ଗୁରୁବାର ପ୍ରତ୍ୟୁଷ ପ୍ରାୟ ସାଢ଼େ ୩ଟା ବେଳେ ଅନ୍ୟତମ ଜନପ୍ରିୟ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଶାରୀରିକ ଅଶ୍ୱସ୍ତି ଅନୁଭବ କରିବାରୁ ତାଙ୍କୁ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁରେ ଓଡ଼ିଶାବାସୀ ଶୋକାଭିଭୂତ ହୋଇପଡ଼ିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତ ପରିସରରେ ଶୋକର ଛାୟା ଖେଳିଯାଇଛି।

୧୯୬୧ ସେପ୍ଟେମ୍ବର ପହିଲା ଜନ୍ମିତ ଅରବିନ୍ଦ ମୁଦୁଲି ଏକାଧାରରେ ଥିଲେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର। ସ୍ୱନାମଧନ୍ୟ ଜଣାଣ ଗାୟକ ଭିକାରି ବଳଙ୍କର ଶିଷ୍ୟ ହିସାବରେ ମଧ୍ୟ ସେ ଥିଲେ ଖୁବ୍‌ ପରିଚିତ। ସେ ଗାଇଥିବା ବହୁ ଭଜନ ଓଡ଼ିଶାର ଘରେ ଘରେ ଖୁବ୍ ଲୋକପ୍ରିୟ ଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More