Only for Entertainment

ଏକାଠି ରହିବେ ବାହୁବଳୀ ଓ କଟ୍ଟପା ! ମ୍ୟାଡାମ ତୁଷାଦରେ ମିଳିଲା ସ୍ଥାନ ।

indiatimes
0 55

ଗୋଟିଏ କାନ୍ଥତଳେ ରହିବେ ବାହୁବଳୀ ଓ କଟ୍ଟପା । ବ୍ଲକବଷ୍ଟର ଫିଲ୍ମ ବାହୁବଳୀର ଅନ୍ୟତମ ଲୋକପ୍ରିୟ ଚରିତ୍ର କଟ୍ଟପା ଏବେ ଲଣ୍ଡନସ୍ଥିତ ବିଶ୍ୱପ୍ରସିଦ୍ଧ ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ । ଚଳଚ୍ଚିତ୍ରରେ ଏହି ଚରିତ୍ରରେ ବରିଷ୍ଠ ଅଭିନେତା ସତ୍ୟାରାଜ ଅଭିନୟ କରିଥିଲେ । ପୂର୍ବରୁ ବାହୁବଳୀ ଅର୍ଥାତ୍ ପ୍ରଭାସଙ୍କ ମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇସାରିଛି । ଏ ସଂପର୍କରେ ସତ୍ୟାରାଜଙ୍କ ପୁଅ ତଥା ଅଭିନେତା ଶିବିରାଜ୍ ନିଜ ଟ୍ଵିଟ୍ଟର ପେଜରେ ସୂଚନା ଦେଇଛନ୍ତି । ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ ତାମିଲ ଅଭିନେତା । ଏହି ଖବର ବ୍ୟାପିବା ପରେ ସାରା ତାମିଲ ଇଣ୍ଡଷ୍ଟ୍ରିରେ ଆନନ୍ଦ ଖେଳିଯାଇଛି ।

ଗତ ବର୍ଷ ବାହୁବଳୀ ଓରଫ ପ୍ରଭାସଙ୍କ ପ୍ରତିମୂର୍ତ୍ତି ତୁଷାଦ ମ୍ୟୁଜିୟମରେ ଉନ୍ମୋଚନ ହୋଇଥିଲା । ଏହି ମ୍ୟୁଜିୟମରେ ସ୍ଥାନ ପାଇବାରେ ପ୍ରଭାସ ହେଉଛନ୍ତି ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତା । ଏବେ କଟ୍ଟପା ଓରଫ ସତ୍ୟାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇବା ପରେ ସେ ହେବେ ଦ୍ୱିତୀୟ ଦକ୍ଷିଣ ଭାରତୀୟ ଅଭିନେତା ଓ ପ୍ରଥମ ତାମିଲ ଅଭିନେତା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରଜନିକାନ୍ତ ଓ କମଲହାସାନଙ୍କ ପରି ସୁପରଷ୍ଟାର ଥିବା ସତ୍ତ୍ୱେ ସତ୍ୟାରାଜଙ୍କ ମୂର୍ତ୍ତି ଏହି ମ୍ୟୁଜିୟମରେ ସ୍ଥାନ ପାଇବାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ତାଙ୍କ ପୁଅ ଶିବିରାଜ । ତୁଷାଦ ମ୍ୟୁଜିୟମରେ ପୂର୍ବରୁ ବଲିଉଡ ଷ୍ଟାର ସ୍ଥାନ ପାଇଛନ୍ତି । ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମାନ ଖାନ, ରିତ୍ରିକ ରୋଶନ ଓ ଐଶର୍ଯ୍ୟା ରାୟ ବଚ୍ଚନଙ୍କ ମୂର୍ତ୍ତି ଏବେ ତୁଷାଦ ମ୍ୟୁଜିୟମର ଶୋଭା ବଢାଉଛି ।

୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ବାହୁବଳୀ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରର ନାୟକ ବାହୁବଳୀ ସାରା ଦେଶରେ ଲୋକପ୍ରିୟ ହୋଇପାରିଥିଲେ । ବାହୁବଳୀ ପରେ କଟ୍ଟପା ଚରିତ୍ର ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More