Only for Entertainment

ଥିଏଟରର ବ୍ୟାନରରେ କରେଂଟ ଆସିବାରୁ ପ୍ରଭାସଙ୍କ ଫ୍ୟାନଙ୍କ ମୃତ୍ୟୁ

aajtak
93

ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ସାହୋ’କୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ ବଢିଯାଇଛି । ଖାସକରି ସାଉଥରେ । ଆସନ୍ତା କାଲି ରିଲିଜ ହେବାକୁ ଥିବା ଏହି ଫିଲ୍ମର ପ୍ରସ୍ତୁତିରେ ଗଳିକନ୍ଦି ସହର ବଜାରରେ ଲଗାଯାଉଛି ବ୍ୟାନର । ଏହି ମଧ୍ୟରେ ଖବର ଆସିଛିଯେ ଥିଏଟରରେ ବ୍ୟାନର ଲଗାଇବା ସମୟରେ ପ୍ରଭାସଙ୍କ ଏକ ଫ୍ୟାନଙ୍କ ମୃତ୍ୟୁ ହୋଇଯାଇଛି ।

ତେଲେଙ୍ଗାନା ସ୍ଥିତ ମେହବୁବନଗରରେ ରହୁଥିବା ପ୍ରଭାସଙ୍କ ଫ୍ୟାନ ଲୋକାଲ ଥିଏଟରରେ ବ୍ୟାନର ଏବଂ ପୋଷ୍ଟର ଲଗାଉଥିଲେ । ଏହି ମଧ୍ୟରେ ଥିଏଟର ବିଲଡିଙ୍ଗରେ ବୋର୍ଡ଼ ଲଗାଉ ଥିବା ସମୟରେ ଏକ ଇଲେକ୍ଟ୍ରିକ ତାର ସଂପର୍କରେ ଆସିବା ଏବଂ କରେଂଟ ଲାଗିବା ପରେ ବିଲଡିଙ୍ଗରୁ ତଳକୁ ପଡ଼ି ଗଭୀର ଆଘାତ ପାଇଲେ ଫ୍ୟାନ । ହସ୍ପିଟାଲକୁ ନିଆ ଯାଉଥିବା ସମୟରେ ଆଖି ବୁଜି ଦେଲେ ଏହି ଫ୍ୟାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More