Only for Entertainment

‘ସାହୋ’ର ଟିଜର ଦେଖି ସିନେମା ହଲରେ ଝୁମିଲେ ଫ୍ୟାନ୍ସ, ଭିଡିଓରେ ଦେଖିବାକୁ ମିଳିଲା ପ୍ରଭାସଙ୍କ ପାଇଁ ଦିୱାନଗୀ !

38

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାହୋ’ର ଟିଜର ରିଲିଜ ହୋଇଛି । ଏଥିରେ ତାଙ୍କ ସହ ଶ୍ରଦ୍ଧା କପୂର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ବାହୁବଲୀ ପରେ ପ୍ରଭାସଙ୍କ ଫ୍ୟାନ ଫଲୋଇଙ୍ଗ ଆହୁରୀ ବଢି ଯାଇଛନ୍ତି । ସାହୋ ଟିଜର ରିଲିଜ ହେବା ପରେ ତାଙ୍କ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ଏହାର ପ୍ରମାଣ ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଭିଡିଓ ଅଟେ । ଅସଲରେ, ନିକଟରେ ଶ୍ରଦ୍ଧା ନିଜ ଇନଷ୍ଟାରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ପ୍ରଭାସ ଏବଂ ଶ୍ରଦ୍ଧାଙ୍କ ଜୋଶ ଦେଖିବା ଲାୟକ ଥିଲା ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ସିନେମା ପରଦାରେ ‘ସାହୋ’ ଟିଜର ଚାଲିଛି ଏବଂ ଲୋକମାନେ ଖୁବ ନାଚୁଛନ୍ତି । ଶ୍ରଦ୍ଧା ଏହି ଭିଡିଓ ଶେୟାର କରି ଲେଖିଛନ୍ତି ଯେ ପ୍ରଭାସ କେ ଫ୍ୟାନ୍ସ କା ଉତାବଲାପନ ।


ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମଥର ଶ୍ରଦ୍ଧା କପୂର ପ୍ରଭାସଙ୍କ ସହ ଫିଲ୍ମରେ କାମ କରିବେ । ଫିଲ୍ମ ସାହୋ’ର ଟିଜରରେ ପ୍ରଭାସ ଏବଂ ଶ୍ରଦ୍ଧା କପୂରଙ୍କ କେମେଷ୍ଟ୍ରି ଦେଖିବା ଲାୟକ ହୋଇଛି । ଫିଲ୍ମ ବାହୁବଲୀ ପରେ ପ୍ରଭାସଙ୍କର ଏହା ଦ୍ୱିତୀୟ ଫିଲ୍ମ ଯାହା ଦର୍ଶକଙ୍କ ଉତ୍ସାହକୁ ବଢାଇଛି । ସାହୋ ୧୫ଅଗଷ୍ଟ ଅର୍ଥାତ ସ୍ୱାଧୀନତା ଦିବସରେ ରିଲିଜ ହେବ । ଫିଲ୍ମ ହିନ୍ଦୀ ସହ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More