Only for Entertainment

‘ଶାହୋ’ ପାଇଁ ୮ କିଲୋ ଓଜନ କମାଇଲେ ପ୍ରଭାସ !

cinemaexpress
41

୨୦୧୭ରେ ଆସିଥିବା ବ୍ଲକବଷ୍ଟର ଫିଲ୍ମ ‘ବାହୁବଲୀ-୨’ର ସଫଳତା ପରେ ପ୍ରଭାସଙ୍କ ଫ୍ୟାନମାନେ ତାଙ୍କ ଆଗାମୀ ଫିଲ୍ମକୁ ଚାହିଁ ବସିଛନ୍ତି । ଏହି ଅଭିନେତାଙ୍କ ଫିଲ୍ମ ଶାହୋ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ। ଏଥିରେ ପ୍ରଭାସଙ୍କୁ ପାୱାରଫୁଲ ଭୂମିକାରେ ଦେଖିବାକୁ ମିଳିବ । ନିଜ ରୋଲ ପାଇଁ ଏହି ଅଭିନେତା ଜଣକ କଠିନ ପରିଶ୍ରମ କରୁଛନ୍ତି । ମିଳିଥିବା ଖବର ଅନୁଯାୟୀ ଶାହୋ ଫିଲ୍ମ ପାଇଁ ପ୍ରଭାସଙ୍କୁ ୭-୮ କିଲୋ ଓଜନ କମାଇଛନ୍ତି । ଓଜନ କମାଇବା ପାଇଁ ପ୍ରଭାସ ସ୍ୱତନ୍ତ୍ର ଡାଏଟ ପ୍ଲାନ ଫଲୋ କରୁଛନ୍ତି । ଖାଲି ଏତିକି ନୁହେଁ ବାହୁବଲୀ ଷ୍ଟାର ବର୍ତ୍ତମାନ ଜିମରେ ଖୁବ ପରିଶ୍ରମ କରୁଛନ୍ତି । ବର୍ତମାନ ସାମ୍ନାକୁ ଆସିଥିବା ଶାହୋର ପୋଷ୍ଟର ଓ ଭିଡିଓରେ ପ୍ରଭାସ ବହୁତ ଫିଟ ଦେଖାଯାଉଛନ୍ତି । ଫିଲ୍ମର ମେକିଂ ଭିଡିଓରେ ଏହି ଅଭିନେତାଙ୍କର ବିପଦଜନକ ଷ୍ଟଂଟ ଦେଖିବାକୁ ମିଳିବ ।

PRABHASH

ଶାହୋରେ ଦର୍ଶକ ପ୍ରଭାସଙ୍କୁ ଆକ୍ସନ ଓ ଷ୍ଟାଇଲିଷ୍ଟ ଭୂମିକାରେ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ ଦେଖିବାକୁ ମିଳିବ । ଶାହୋ ମାଧ୍ୟମରେ ଶ୍ରଦ୍ଧା ଦକ୍ଷିଣ ସିନେମାରେ  ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ନିଲ ନୀତିନ ମୁକେଶ, ଜ୍ୟାକି ଶ୍ରଫ, ମନ୍ଦିରା ବେଦି, ମହେଶ ମଞ୍ଜେରକର ଓ ଚଙ୍କି ପାଣ୍ଡେଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଶାହୋ ଫିଲ୍ମକୁ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ କରାଯିବ । ଏହି ଫିଲ୍ମକୁ ବର୍ତମାନର ସବୁଠାରୁ ଦାମୀ ଆକ୍ସନ ସିନେମା ବୋଲି କୁହାଯାଉଛି । ମିଳିଥିବା ଖବର ଅନୁଯାୟୀ, ସିନେମାର ବଜେଟ ପ୍ରାୟ ୩୦୦କୋଟି ବୋଲି ଶୁଣିବାକୁ ମିଳୁଛି । ଆବୁଧାବିରେ ଏହି ଫିଲ୍ମର ଗୋଟଏ ଆକ୍ସନ ସିନ ସୁଟିଂ ପାଇଁ ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୯୦ କୋଟି ଟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More