Only for Entertainment

‘ବାହୁବଳୀ’ରୁ ବାହାରିବା ଏତେ ସହଜ ନଥିଲା : ପ୍ରଭାସ

koimoi
305

ସୁପରହିଟ ଫିଲ୍ମ ‘ବାହୁବଳୀ’ରେ ଷ୍ଟାର ପ୍ରଭାସ ଏବେ ନିଜର ଆଗାମୀ ଫିଲ୍ମ ‘ଶାହୋ’ କୁ ନେଇ ଚର୍ଚ୍ଚାରେ । ଫିଲ୍ମର ଟ୍ରେଲର ଶନିବାର ରିଲିଜ ହୋବ ପରେ ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି । କାନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ‘ବାହୁବଳୀ’କୁ ଭୁଲି ପାରି ନାହାନ୍ତି ପ୍ରଭାସ ।

ଫିଲ୍ମ ‘ଶାହୋ’ ଟ୍ରେଲର ଅବସରରେ ପ୍ରଭାସ କହିଛନ୍ତି, ତାଙ୍କ ପାଇଁ ବାହୁବଳୀ ପରି ଫିଲ୍ମରୁ ବାହାରିବା ସହଜ ନଥିଲା ବରଂ ଅନେକ କଠିନ ଥିଲା । ଶାହୋ ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ ୨ ବର୍ଷ ଲାଗିଥିଲା । ତା ସହିତ ‘ଶାହୋ’ର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଭାସ ଆଶା ରଖିଛନ୍ତି ।

prabhas_bahubali_part_2

ସୁପରଷ୍ଟାର ପ୍ରଭାସ କହଛନ୍ତି, ବାହୁବଳୀକୁ ୪ ବର୍ଷରୁ ଅଧିକ ସମୟ ଦେବା ପରେ ସେ ଶାହୋକୁ ୨ ବର୍ଷ ଦେବାକୁ ଚାହୁଁ ନଥିଲେ । କିନ୍ତୁ ଶାହୋରେ ଅନେକ ଗୁଡିଏ ଆକ୍ସନ ଥିବାରୁ ତାଙ୍କୁ ସମୟ ଲାଗିଥିଲା । ଶାହୋ ଫିଲ୍ମ ଉପରେ ପ୍ରଭାସ ୧ ବର୍ଷ କାମ କରିଥିବା ସେ ଜଣାଇଛନ୍ତି । ଫିଲ୍ମ ୩୦ ଅଗଷ୍ଟରେ ରିଲିଜ ହେବ । ଫିଲ୍ମରେ ପ୍ରଥମଥର ପାଇଁ ଶ୍ରଦ୍ଧା କପୁର, ପ୍ରଭାସଙ୍କ ଅପୋଜିଟରେ ନଜର ଆସିବେ । ବାହୁବଳୀର ତୁଳନାରେ ଆଗକୁ ଆସୁଥିବା ଏହି ଫିଲ୍ମ ବକ୍ସ ଅଫିସରେ କେତେ ଦୂର ସଫଳ ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More