Only for Entertainment

ଆଗାମୀ ଫିଲ୍ମରେ ସର୍ଟଲେସ ହେବେ ବାହୁବଳୀ ପ୍ରଭାସ, ଫିଟ ବଡି ପାଇଁ ଅଭିନେତା କରୁଛନ୍ତି ଏହି କାମ

DNA India
89

ଫିଲ୍ମ ବାହୁବଳୀ ଏବଂ ସାହୋ ଜରିଆରେ ଲୋକଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ପ୍ରଭାସ ଖୁବ ଶୀଘ୍ର ଏକ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ଏଣ୍ଟରଟେନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଭାସ ସାହୋ ପରେ ନିଜର ଆଗାମୀ ଫିଲ୍ମ ପାଇଁ କାମ କରିବା ଆରମ୍ଭ କରିଦେଇଛନ୍ତି । କେବଳ ଏତିକି ନୁହେଁ ନିଜର ଆଗାମୀ ଭୂମିକା ପାଇଁ ସେ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି ଏବଂ ନିଜ ବଡିକୁ ଫିଟ କରିବା ପାଇଁ ଖୁବ ଝାଳ ବୁହାଉଛନ୍ତି ।

ଖବର ଅନୁସାରେ ପ୍ରଭାସ ନିଜ ଆଗାମୀ ଫିଲ୍ମରେ ସର୍ଟଲେସ ହେବେ ସେଥିପାଇଁ ଅଭିନେତା ସିକ୍ସପ୍ୟାକ ଆବ୍ସ ପାଇବା ପାଇଁ ନିଜ ଡାଏଟର ଖୁବ ଧ୍ୟାନ ରଖୁଛନ୍ତି । ଆଗାମୀ ଫିଲ୍ମରେ ଫିଟ ବଡିର ଆବଶ୍ୟକତା ଥିବାରୁ ସେ ଏବେ ଫିଟନେସ ପୋଗ୍ରାମ ଏବଂ ଟେନିଂ ସହିତ ଡାଏଟ ପ୍ଲାନକୁ ଫଲୋ କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମକୁ ରାଧାକୃଷ୍ଣ କୁମାର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ପ୍ରଭାସଙ୍କ ଅପୋଜିଟରେ ପୂଜା ହେଗଡେ ନଜର ଆସିବେ । ୟୁଭି କ୍ରିଏସନ ଏବଂ ଗୋପୀ କୃଷ୍ଣା ମୁଭିଜ ଏହାକୁ ମିଳିତ ଭାବେ ପ୍ରଡ୍ୟୁସ କରିବେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଫିଲ୍ମର ନାମ ‘ପ୍ରଭାସ ୨୦’ ରଖାଯିବ । ଫିଲ୍ମରେ ପ୍ରଭାସ ହାତ ଦେଖୁଥିବା ଜଣେ ଜ୍ୟୋତିଷ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଥମ ସିଡ୍ୟୁଲର ସୁଟିଂ ପୂରା ହୋଇସାରିଛି । ଆପଣ ପ୍ରଭାସଙ୍କ ଆଗାମୀ ଫିଲ୍ମକୁ ନେଇ କେତେ ଉତ୍ସାହିତ କମେଣ୍ଟ କରି ଜଣାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More