Only for Entertainment

ପ୍ରଭୂଦେବା, ମନୋଜ ବାଜପେୟୀ ଏବଂ କାଦର ଖାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନୀତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

India Today
58

ରାଷ୍ଟ୍ରପତି ରମନାଥ କୋବିନ୍ଦ ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୧୧୨ ବ୍ୟକ୍ତିଙ୍କ ମଧ୍ୟରୁ ୫୬ ଜଣଙ୍କୁ ସୋମବାର ରାଷ୍ଟ୍ରପତିଭବନରେ ଆୟୋଜିନ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ମାନୀତ କରିବେ । ଖବର ଅନୁସାରେ ବଲିଉଡ ଜଗତରୁ ଯେଇଁ ବ୍ୟକ୍ତି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ସେ ହେଉଛନ୍ତି କାଦର ଖାନ, ମନୋଜ ବାୟପେୟୀ ଏବଂ ପ୍ରଭୂ ଦେବା । ସୋମବାର ଦିଗଙ୍ଗତ ଅଭିନେତା କାଦର କାନ ଏବଂ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ପ୍ରଭୂ ଦେବାଙ୍କୁ ପଦ୍ମ ପୁରସ୍କାରରେ ରାଷ୍ଟ୍ରପତି ସମ୍ମାନୀତ କରିବେ ।

ଗୃହ ମନ୍ତ୍ରାଳୟର ଜମେ ଅଧିକାରୀ କହିଛନ୍ତି ଯେ, କାଦର ଖାନଦଙ୍କୁ( ମରୋଣପରାନ୍ତ) ପଦ୍ମଶ୍ରୀ ଏବଂ ଢିଣ୍ଡସା ଏବଂ ନେୟରଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯିବ । କାଦର ଖାନ ଏବଂ ମନୋଜ ବାଜପେୟୀଙ୍କୁ ଅଭିନୟରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ସେହିପରି ପ୍ରଭୂଦେବାଙ୍କୁ ଡ୍ୟାନ୍ସ ପାଇଁ ଏହି ସମ୍ମାନ ଦିଆଯିବ । ଗୃହ ମନ୍ତ୍ରୀ ରାଜନାଥ ସିଂ ପଦ୍ମ ପୁରସ୍କାରରେ ସମ୍ମାନୀତ ହେବାକୁ ଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ରବିବାର ଆଲୋଚନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More