Only for Entertainment

ରିଲିଜ ହେଲା ଫିଲ୍ମ ‘ମରକ୍ୟୁରୀ’ର ଟ୍ରିଜର, ଡ୍ୟାନ୍ସ ନୁହେଁ ଏଥର ଲୋକଙ୍କୁ ଡରାଇବେ ପ୍ରଭୁଦେବା

YouTube
0 109

ଅଭିନେତା ଏବଂ ଫିଲ୍ମ ନିର୍ମାତା ପ୍ରଭୁଦେବାଙ୍କ ଆଗାମୀ ତାମିଲ ଥ୍ରୀଲର ଫିଲ୍ମ ‘ମରକ୍ୟୁରୀ’ର ଟ୍ରିଜର ଲଂଚ ହୋଇଛି । ଟ୍ରିଜର ଦେଖିବା ପରେ ଏହା ଅନ୍ଦାଜ ଲଗାଯାଇପାରେ ଯେ ଫିଲ୍ମରେ ତାଙ୍କର ଭୟଙ୍କର ରୂପ ଦେଖିବାକୁ ମିଳିବ । ଫିଲ୍ମର ଟ୍ରିଜରକୁ ପ୍ରଭୁଦେବା ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି ।

ଟ୍ରିଜରରେ ପ୍ରଭୁଦେବା ଖୁବ ଭୟାନକ ଅନ୍ଦାଜରେ ନଜର ଆସିଛନ୍ତି । ଫିଲ୍ମର ସାଉଣ୍ଡ ମଧ୍ୟ ଫିଲ୍ମକୁ ସପୂର୍ଣ୍ଣ କରୁଛି । ଟ୍ରିଜର ଖୁବ ଭଲ ହୋଇଥିବା ବେଳେ ଏହାର ନିର୍ଦ୍ଦେଶକ ଅଛନ୍ତି କାର୍ତ୍ତିକ ସବାରାଜ । ପ୍ରଭୁଦେବାଙ୍କ ଏହି ଫିଲ୍ମକୁ ସାଇଲେଣ୍ଟ ଥ୍ରୀଲର କୁହାଯାଇଛି । ଏହା ପୂର୍ବରୁ ସେ ‘ଆକ୍ସନ ଜ୍ୟାକସନ’, ‘ସିଂ ଇଜ କିଙ୍ଗି’ ପରି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ସନତ, ଦୀପକ, ଏବଂ ରିମ୍ୟା ନମ୍ବିସନ ପରି କଳାକାର ମଧ୍ୟ ନଜର ଆସିଛନ୍ତି । ପ୍ରଭୁଦେବାଙ୍କର ଏହି ଫିଲ୍ମ ୧୩ ଏପ୍ରିଲକୁ ରିଲିଜ ହେବ ।

ଏହା ପୂର୍ବରୁ ପ୍ରଭୁଦେବା ତ୍ରୀଭାଷୀ ହରର୍ କମେଡି ଫିଲ୍ମ ‘ତୁତକ ତୁତକ ତୁତିଆ’ରେ କାମ କରି ସାରିଛନ୍ତି । ‘ତୁତକ ତୁତକ ତୁତିଆ’ରେ ତମନ୍ନା ଭାଟିଆ ଏବଂ ସେନୁ ସୁଡ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More