Only for Entertainment

ହିନ୍ଦୁ-ମୁସଲିମ ଲଭ ଷ୍ଟୋରୀ ସହିତ ପରଦାକୁ ଫେରୁଛନ୍ତି ପ୍ରକୃତି ମିଶ୍ର

google
42

ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଅନେକ ଦିନର ବ୍ୟବଧାନ ପରେ ପୁଣିଥରେ ପରଦାକୁ ଫେରୁଛନ୍ତି । ଖବର ଅନୁସାରେ ସେ ଖୁବ ଶୀଘ୍ର ଓଡିଆ ଫିଲ୍ମ ‘ପଗ୍ଲୁ’ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ରାମ ପ୍ରସାଦ ସାମଲ ଥିବା ବେଳେ ଏହାର ପ୍ରଯୋଜକ ଅଛନ୍ତି ଜଗନ୍ନାଥ ପାଟ୍ଟ ଯୋଶୀ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜମୁଦାର ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ଅନୀଷା । ସେ ଜଣେ ମୁସଲିମ୍ ଯୁବତୀ ଭୂମିକାରେ ଅଭିନୟ କରୁଛନ୍ତି । ‘ପଗ୍ଲୁ’ ରେ ପ୍ରକୃତିଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଛନ୍ତି ଅଭିଷେକ ବେଉରା । ଉଭୟଙ୍କ ପ୍ରେମ କାହାଣୀ ହେଉଛି ସିନେମାର ମୁଖ୍ୟ ପ୍ରସଙ୍ଗ । ତେବେ ଏଥିରେ ଅନ୍ୟ ଏକ ପ୍ରେମ କାହାଣୀ ବି ରହିଛି ।

ଏହି ଫିଲ୍ମରେ ମିହିର ଦାସ, ଅପରାଜିତା, ଦୈତାରି ପଣ୍ଡା ଓ ପପୁ ପମ୍ପମ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ‘ପଗ୍ଲୁ’ ହିନ୍ଦୁ ମୁସଲିମ୍ ପ୍ରେମ କାହାଣୀ ଉପରେ ଆଧାରିତ । ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ କନ୍ୟା ପ୍ରକୃତି ଓଲିଉଡରେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ । ଶିଶୁ କଳାକାର ଭାବେ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ସୁବିଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ସାବତ ମା’ । ତାଙ୍କୁ ଶିଶୁ କଳାକାର ଭାବେ ଆଉ କେତୋଟି ଓଡିଆ ସିନେମାରେ ଦେଖିବାକୁ ମିଳିଛି ଯେଉଁଥିରୁ ଆଉ ଏକ ଉଲ୍ଲେଖନୀୟ ସିନେମା ହେଲା ‘ହରି ଭାଇ ହାରେ ନା’ ।

ତେବେ ନାୟିକା ରୂପେ ପ୍ରକୃତିଙ୍କୁ ବ୍ରେକ୍ ଦେଇଥିଲେ ଶୋ’ମ୍ୟାନ୍ ପ୍ରଶାନ୍ତ ନନ୍ଦ ତାଙ୍କ ଫିଲ୍ମ ‘ଥୁକୁଲ୍’ (୨୦୧୨)ରେ । ଏହାପରେ ସେ ‘ପ୍ରେମିକା’, ‘ଓମ୍ ସାଇ ରାମ୍ ’, ‘ଏସିପି ସାଗରିକା’, ‘ଓମ୍ – ଆଇ ଆମ୍ ନଟ୍ ଏ ଗଡ୍ ’ ଏବଂ ‘ମିଠା ମିଠା’ ଆଦି ଓଡିଆ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଥିଲେ । ତାଙ୍କୁ ଏକ ହିନ୍ଦୀ ସିରିଏଲ ‘ତି୍ନ ଦେବିୟାଁ’ରେ ମଧ୍ୟ ପ୍ରକୃତିଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ହ୍ୟାଲୋ ଆର୍ସୀ ଓଡିଆ ସିନେମା ପାଇଁ ଓଡିଆ ସିନେ ଜଗତର ଲୋକପ୍ରିୟ ନାୟିକା ପ୍ରକୃତି ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ । ସେଥିପାଇଁ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ଦେଖାଯାଉ ପ୍ରକୃତି କିଭଳି ସଫଳତା ପାଉଛନ୍ତି ଏଥର । ପ୍ରଥମଥର ପାଇଁ ପରଦା ଉପରେ ମୁସଲମ୍ ଯୁବତୀ ଭୂମିକା ନିଭାଇଥିବା ପ୍ରକୃତି ‘ପଗ୍ଲୁ’କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More