Only for Entertainment

ଭାରତ ରତ୍ନରେ ସମ୍ମାନିତ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

40

ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ରାଷ୍ଟପ୍ରତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ଜନସଂଘ ନେତା ନାନାଜି ଦେଶମୁଖ ଓ ଗାୟକ ଭୂପିନ ହଜାରିକାଙ୍କୁ ମଧ୍ୟ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି । ୭୦ତମ ଗଣତନ୍ତ୍ର ଦିବସ ଅବସରରେ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜି ଦେଶମୁଖ, ପ୍ରସିଦ୍ଧ ଗାୟକ ଭୂପିନ ହଜାରିକାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ବୋର୍ଦ୍ଧନ କରିବାର ଘୋଷଣା କରାଯାଇଥିଲା । ପ୍ରଣବ ମୁଖାର୍ଜୀ କଂଗ୍ରେସ ଦଳର ଦିର୍ଘ ଦିନ ଧରି ନେତା ଭାବେ କାର୍ଯ୍ୟକାଳ ସମ୍ଭାଳିଛନ୍ତି । ସେ ଭାରତ ସରକାରରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରି ଆସିଛନ୍ତି ।

ନାନାଜି ଦେଶମୁଖ ସଂଘ ବିଚାରକ ଓ ବିଖ୍ୟାତ ସମାଜସେବି ମଧ୍ୟ ଥିଲେ । ସେ ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି, ଏବଂ ଭୂପିନ ହଜାରିକା ଜଣେ ଲୋକପ୍ରିୟ ଗାୟକ ଭାବେ ପ୍ରସିଦ୍ଧ । ହଜାରିକା ତାଙ୍କ ଗୀତ ନିଜେ ଲେଖନ୍ତି ଓ ସଂଗୀତ ମଧ୍ୟ ନିଜେ ପ୍ରସ୍ତୁତ କରୁଥିଲେ । ୧୯୭୫ରେ ରାଷ୍ଟ୍ରିୟ ପୁରଷ୍କାରରେ ସମ୍ମାନିତ ହୋଇଥିଲେ । ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ ପୁରଷ୍କାର ୧୯୯୨ ମସିହାରେ ପାଇଥିଲେ । ହଜାରିକାଙ୍କୁ ୨୦୧୧ ରେ ପଦ୍ମ ଭୂଷଣ ସମ୍ମାନ ମଧ୍ୟ କରାଯାଇଥିଲା । କହିରଖୁଛୁ ୨୦୧୫ ରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ମଦନ ମୋହନ ସାଲବିୟା ମଧ୍ୟ ‘ ଭାରତ ରତ୍ନ’ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More