Only for Entertainment

ଦର୍ଶକଙ୍କ ପାଇଁ ଖୁସି ଖବର ୫ ପରିବର୍ତ୍ତନ ସହିତ ରିଲିଜ ହେବ ‘ପଦ୍ମାବତ୍’

first post
0 51

ଅନେକ ସମୟରୁ ବିବାଦରେ ଘେରି ରହିଥିବା ଫିଲ୍ମ ‘ପଦ୍ମାବତ୍’ ୨୫ ଜାନୁଆରୀକୁ ରିଲିଜ କରାଯିବା ପାଇଁ ସ୍ଥିର କରାଯାଇଛି । ଇତିମଧ୍ୟରେ ଖବର ଆସୁଛି ଯେ ଏହି ଫିଲ୍ମରେ ୫ଟି ପରିବର୍ତ୍ତନ କରାଯିବା ସହିତ ୩୦୦ ଦୃଶ୍ୟକୁ କଟାଯାଇଛି । କିନ୍ତୁ ଏହି ସବୁ ଖବରକୁ ସିବିଏଫସିର ଅଧ୍ୟକ୍ଷ ପ୍ରସୂନ ଜୋଶୀ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ‘ଫିଲ୍ମର କୌଣସି ଦୃଶ୍ୟକୁ କଟାଯାଇ ନାହିଁ । ଫିଲ୍ମର ନିର୍ମାତା ୫ଟି ପରିବର୍ତ୍ତନ କରି ଫିଲ୍ମର ଫାଇନାଲ କପିକୁ ଜମା କରିଦେଇଛନ୍ତି । ଏହାସହିତ ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ ମଧ୍ୟ ଦିଆଯାଇସାରିଛି । ୩୦୦ ଦୃଶ୍ୟକୁ କଟାଯିବା ଖବର ସଂପୂର୍ଣ୍ଣ ମିଥ୍ୟା ।’

prasoon_joshi

କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ଫିଲ୍ମର ୩୦୦ଟି ଦୃଶ୍ୟକୁ କଟାଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ବଲିଉଡର ଅନେକ ପ୍ରସିଦ୍ଧ ନିର୍ଦ୍ଦେଶକ ଓ ଏହି ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଉପସ୍ଥିତିରେ ରାଜକମଲ ଷ୍ଟୁଡିଓରେ ଫିଲ୍ମର କିଛି ଦୃଶ୍ୟକୁ ବାଦ୍ ଦିଆଯାଇଛି । ଯେଉଁଥିରେ ଫିଲ୍ମର ଦିଲ୍ଲୀ, ମେୱର ଓ ଚିତୋରଗଡରେ ସୁଟିଂ କରାଯାଇଥିବା ଦୃଶ୍ୟକୁ ବାଦ୍ ଦିଆଯାଇଛି । ଏହି ଫିଲ୍ମକୁ ‘ପଦ୍ମାବତୀ’ ପରିବର୍ତ୍ତେ ‘ପଦ୍ମାବତ୍’ ନାମରେ ରିଲିଜ କରାଯିବ ।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ଗତବର୍ଷ ଡିସେମ୍ବର ପହିଲାରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏହା ଐତିହାସିକ ଭାବନା କ୍ଷୁର୍ଣ୍ଣ କରୁଛି ବୋଲି ଦାବି କରି ଅନେକ ବିରୋଧ ପ୍ରଦର୍ଶନ କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଏହାର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ରଣବୀର ସିଂହ, ଦୀପିକା ପାଦୁକୋନ ଏବଂ ସାହିଦ କପୁର୍ଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଅନେକ ଦିନ ହେବ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଥିଲେ ବି ବାସ୍ତବରେ କେବେ ରିଲିଜ୍ ହେଉଛି ତାହା ଏଯାଏ ଅସ୍ପଷ୍ଟ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More