Only for Entertainment

ପ୍ରଥମ ଥର ଏହି ଚରିତ୍ରରେ ନଜର ଆସିବେ ପ୍ରଭୁ ଦେବା,ଆରମ୍ଭ ହେଲା ଫିଲ୍ମର ସୁଟିଂ ।

bollywood tadka
0 49

ବଲିଉଡର ଜଣାଶୁଣା କୋରିଓଗ୍ରାଫର,ଫିଲ୍ମ ନିର୍ମାତା ଓ ଅଭିନେତା ପ୍ରଭୁଦେବା ନିଜର ଆଗାମୀ ଫିଲ୍ମରେ ପୋଲିସ ଅଫିସର ଚରିତ୍ରରେ ନଜର ଆସିବେ । ସେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ଆରମ୍ଭ କରି ସାରିଛନ୍ତି । ଏହି ଫିଲ୍ମର ନାମ ଏପର୍ଯ୍ୟନ୍ତ ଠିକ ହୋଇନାହିଁ । ସେ ଟ୍ୱିଟରରେ ଫିଲ୍ମର ଷ୍ଟାରକାଷ୍ଟଙ୍କ ଫଟୋ ସେୟାର କରି ଲେଖିଛନ୍ତି ‘ପ୍ରଭୁଦେବା ଇନ ଖାକି’ ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏସି ସୁଗିଲ । ଏହା ସହିତ ପ୍ରଭୁଦେବା ତାମିଲ ଫିଲ୍ମ ‘ଚାର୍ଲି ଚାପଲିନ ଟୁ’ରେ ଅଦା ଶର୍ମାଙ୍କ ସହିତ ନଜର ଆସିବେ । ଏହା ସହିତ ସେ ‘ୟଙ୍ଗ ମଙ୍ଗ ସଙ୍ଗ’,ଗୁଲେଭକାବଲୀ ଏବଂ ଖାମୋସୀରେ ନଜର ଆସିବେ । ପ୍ରଭୁଦେବା ଦବଙ୍ଗ ଥ୍ରିକୁ ମଧ୍ୟ ଡାଇରେକ୍ଟ କରିବେ । ଏହି ଫିଳ୍ମର ସୁଟିଂ ୧୪ ସେପ୍ଟେମ୍ବରରୁ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More