Only for Entertainment

ପାକିସ୍ଥାନରେ ଘଟିଛି ଅଭାବନୀୟ କାଣ୍ଡ ! ୬ମାସ ଗର୍ଭବତୀ ମହିଳାଙ୍କର ଗୁଳି କରି ହତ୍ୟା, ଭିଡିଓ ଭାଇରାଲ ।

panjab keshri
0 39

ପାକିସ୍ଥାନରେ ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି । ସେମାନଙ୍କ ବିପକ୍ଷରେ ହେଉଥିବା କ୍ରୁର ଅତ୍ୟାଚାର ଆଉ ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଗର୍ଭବତୀ ମହିଳା ଜଣକ ଗୀତ ଗାଇବା ପାଇଁ ଠିକ ଭାବେ ଛିଡା ନହୋଇ ପାରିବାରୁ, ମହିା ଜଣକୁ ଗୂଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାର ଭିଡିଓ ୨ଦିନ ପରେ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି ।

ସମିନା ସମୁନ(୨୪) ଅର୍ଥାତ ସମୀନା ସିନ୍ଧୁ ନାମକ ଏକ ଷ୍ଟେଜ ଗାୟିକା କାଙ୍ଗା ଗାଁରେ ଏକ କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ଯାଇଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ତାରିକ ଅହମଦ ଜତୋଈ ନାମକ ବ୍ୟକ୍ତି ଜଣକ ତାଙ୍କୁ ଛିଡା ହୋଇ ଗାଇବା ପାଇଁ କହିଥିଲେ । ସମୀନା ତାଙ୍କୁ ଉଠିବା ଲାଗି କଥାରେ ମନା କରି ଦେଇଥିଲେ କାରଣ ସେ ଗର୍ଭବତୀ ଥିଲେ । କିନ୍ତୁ କିଛି ସମୟ ପରେ ସେ ଛିଡା ହୋଇ ଗୀତ ପରିବେଷଣ କରିଥିଲେ । କିନ୍ତୁ ତାଙ୍କର ମନା କରିବା ତାଙ୍କ ଛପରେ ମହଙ୍ଗା ପଡିଗଲା । ଯେଉଁ ବ୍ୟକ୍ତି ଜଣକ ତାଙ୍କୁ ଛିଡା ହେବା ପାଇଁ କହିଥିଲେ ସେ ନିଶାରେ ବୁଡି ରହିଥିଲେ ଏବଂ ସେ ସମୀନାଙ୍କ ଅସ୍ୱୀକାରକୁ ସହି ନପାରି ରାଗି ଯାଇ ଗୁଳି କରି ଥିଲେ । ଏହାପରେ ସମୀନା ସେହିଠାରେ ହିଁ ପ୍ରାଣ ତ୍ୟାଗ କରିଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ ସମୀନା ମନା କରିବା ପରେ ମଧ୍ୟ ଛିଡା ହୋଇ ଗୀତ ଗାଇବା ପାଇଁ ମନା କରି ମଧ୍ୟ ଛିଡା ହୋଇ ଗୀତ ଗାଇଥିଲେ । ମାତ୍ର ସେ ଛିଡା ହେବାର କିଛି ସମୟ ପରେ ତାଙ୍କୁ ବ୍ୟକ୍ତି ଜଣକ ଗୁଳି କରିଥିଲେ । ଏହି ଭିଡିଓ ଇସଲାମାବାଦର ଜଣେ ଅଧିକାରୀ କପିଲ ଦେବ ଟ୍ୱିଟରରେ ସେୟାର କରିଛନ୍ତି । ଗାୟିକାଙ୍କୁ ଏହାପରେ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ସେ ମୃତ ବୋଲି ଘୋଷଣା କରାଯାଇଥିଲା ।

ମହିଳାଙ୍କ ପତି ଡବଲ ମର୍ଡର କେସର ଆରୋପ ଲଗାଇଛନ୍ତି କାରଣ ସେହି ବ୍ୟକ୍ତି ଜଣକ ମହିଳାଙ୍କ ସହ ଏକ ଜନ୍ମ ନହୋଇଥିବା ଶିଶୁର ମଧ୍ୟ ହତ୍ୟା କରିଛନ୍ତି । ଆରୋପୀଙ୍କୁ ଗିରଫ କରି ଆଇନ ଅନୁଯାୟୀ କାର୍ଯ୍ୟ ଆରମ୍ଭ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More