Only for Entertainment

ସାନିଆ ମିର୍ଜା ବେବି ବମ୍ପ ସହିତ ଖେଳିଲେ ଟେନିସ, ଭିଡିଓ ସେୟାର କରି କହିଲେ ହୃଦୟକୁ ଛୁଇଁବା ପରି କଥା ।

ndtv
0 23

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା କିଛି ମାସ ପରେ ନିଜ ଛୁଆକୁ ଜନ୍ମ ଦେବାକୁ ଯାଉଛନ୍ତି । ସାନିଆ ମିର୍ଜାଙ୍କୁ ଅନେକ ସମୟରେ ବେବି ବମ୍ପ ସହିତ ସ୍ପଟ କରାଯାଇଥାଏ । ଏବେ ସେ ଏପରି କିଛି କରିଛନ୍ତି ଯାହା କେବଳ ତାଙ୍କ ଠାରୁ ହିଁ ଆଶା କରାଯାଇପାରେ । ନିକଟରେ ସାନିଆ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବେବି ବମ୍ପ ସହିତ ଟେନିସ କୋର୍ଟରେ ନଜର ଆସିଛନ୍ତି । କେବଳ ନଜର ଆସିନାହାଁନ୍ତି ସେ ଟେନିସ ମଧ୍ୟ ଖେଳିଛନ୍ତି । ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଏହାକୁ ମେଟିଭେସନାଲ ଷ୍ଟପ କହି ସାନିଆଙ୍କୁ ପ୍ରଶଂସା କରିଛନ୍ତି ।

ସାନିଆ ଏହି ଭିଡିଓକୁ ତାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓକୁ ସେୟାର କରି ସେ ଲେଖିଛନ୍ତି । ମୁଁ କହିଥିଲି ନା… ଏହା ଠାରୁ ମୋତେ ଅଲଗା ରଖାଯାଇପାରିବ ନାହିଁ । ସାନିଆଙ୍କ ଏହି ଭିଡିଓକୁ ଦେଖିବା ପରେ ଜଣେ ପ୍ରଶଂସକ କହିଛନ୍ତି ‘ଆପଣ ଧନ୍ୟ, ସୁପର ଠାରୁ ଉପରେ ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ ।’ ଆଉ ଜଣେ ପ୍ରଶଂସକ କହିଛନ୍ତି ‘ଏବେ ମଧ୍ୟ କେହି ଆପଣଙ୍କୁ ହରାଇ ପାରିବେ ନାହିଁ ।’

Happy birthday @realshoaibmalik ?? wish you love ,laughter and happiness always ?

A post shared by Sania Mirza (@mirzasaniar) on

ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନୀ କ୍ରିକେଟ ଖେଳାଳି ସୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା ପ୍ରଥମ ଥର ପାଇଁ ପିତା ମାତା ହେବାକୁ ଯାଉଛନ୍ତି । ଦୁହେଁ ନିଜ ସନ୍ତାନର ସରନେମ ମିର୍ଜା-ମଲ୍ଲିକ ରଖିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ସାନିଆ କହିଛନ୍ତି ପୁଅ ହେଉ ବା ଝିଅ , ସେ ନିଜ ନାଁରେ ଦୁଇଟି ସରନେମ ପାଇଁ ଗର୍ବ ଅନୁଭବ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More