Only for Entertainment

ନବରାତ୍ରର ପ୍ରଥମ ଦିନରେ ପ୍ରୀତିଙ୍କ ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ !

bollywood tadka
0 61

ବଲିଉଡ ଜଗତର ପ୍ରିଟି ଗର୍ଲ ପ୍ରୀତି ଜିଣ୍ଟା ସମସ୍ତଙ୍କ ପ୍ରିୟ । ସେ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟର ଯାଦୁରେ ବଲିଉଡ ଜଗତରେ ଯାଦୁ କରିଦେଇଥିଲେ । ମାତ୍ର ଏବେ ଫିଲ୍ମ କରୁନାହାନ୍ତି କାରଣ କ୍ରିକେଟ ଜଗତରେ ବ୍ୟସ୍ତ ରହୁଛନ୍ତି । କିଛି ଦିନ ହେବ ସେ ଆଇପିଏଲ ପାଇଁ ଖୁବ କାର୍ଯ୍ୟ ବ୍ୟସ୍ତତା ଭିତରେ ରହୁଛନ୍ତି । ଏହାମଧ୍ୟରେ ସେ ନବରାତ୍ରର ଶୁଭେଚ୍ଛା ଜଣାଇବା ଲାଗି ଇନ୍ଷ୍ଟାଗ୍ରାମରେ ପ୍ରଶଂସକ ପାଇଁ ଏକ ଫଟୋ ସେୟାର କରିଛନ୍ତି ।

preity jintaଏହି ଫଟୋରେ ପ୍ରୀତି ପାହାଡି ଲୁକରେ ହିମାଚଳ ପ୍ରଦେଶ ଶିମଲା ସ୍ଥିତ ମନ୍ଦିରରେ ସେଲ୍ଫି ନେଇଥିବା ନଜର ଆସିଛନ୍ତି । ଫଟୋରେ ସେ ମନ୍ଦିର ପାଖେ ଛିଡା ହୋଇ ନାଲି ସ୍କାର୍ଫ ବାନ୍ଧିଥିବା ନଜର ଆସିଛନ୍ତି । ଫଟୋକୁ ସେୟାର କରି ଲେଖିଛନ୍ତି- “ପାହାଡ ସ୍ୱାଗ”

10_43_399985840p1234-llଏଠାରେ ଆମେ କହି ରଖୁଛୁ ଯେ ସେ ବଲିଉଡ ଜଗତକୁ ଆଉ ଆସିବା ପାଇଁ ଚାହୁଁ ନାହାନ୍ତି । ପ୍ରୀତି ତାଙ୍କର ଟ୍ରାଭେଲିଂ ଜୀବନ ଶୈଳୀକୁ ଉପଭୋଗ କରିବାକୁ ଚାହୁଁଛନ୍ତି । ସେ ଏବେ ସୋସିଆଲ ମିହିଆରେ ଖୁବ ଆକ୍ଟିଭ ରହିଛନ୍ତି ଏବଂ ପ୍ରଶଂସକଙ୍କ ପାଇଁ ଫଟୋ ମଧ୍ୟ ସେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More