Only for Entertainment

ସଲମାନଙ୍କ ଫିଲ୍ମରେ ପ୍ରିତି ଜିଣ୍ଟାଙ୍କ କମବ୍ୟାକ ! ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଲେ ଭାଇଜାନ

The Indian Express
35

ଫେରୁଛନ୍ତି ଚୁଲବୁଲ ପାଣ୍ଡେ । ‘ଦବଙ୍ଗ ୩’ ସହ ଚୁଲବୁଲ ପାଣ୍ଡେ ଓରଫ ସଲମାନଙ୍କ କମବ୍ୟାକ ନେଇ ବେଶ ଏକ୍ସାସାଇଟେଡ ଅଛନ୍ତି ଫ୍ୟାନ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ଟ୍ରେଲର ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିପାରିଛି । ଏବେ ଦବଙ୍ଗ ଫ୍ୟାନଙ୍କ ପାଇଁ ଆଉ ଏକ ନୂଆ ଖବର ମଧ୍ୟ ଆସିଛି ।ଏଥରକ ଭାଇଜାନଙ୍କ ସହ ସ୍କ୍ରିନରେ ପୁଣି ଥରେ ନଜର ଆସିବେ ସୋଲଜର ଗର୍ଲ ଡିମ୍ପଲ ଗର୍ଲ । ନିକଟରେ ସଲମାନ ନିଜ ଟୁଇଟର ଓ ଇନଷ୍ଟାଗ୍ରାମ ଆକାଉଁଟରେ ୨ଟି ଭିଡିଓ ପୋଷ୍ଟ କରି ଏହି ଖବର ଜଣାଇଛନ୍ତି ।

 

 

View this post on Instagram

 

#Dabangg3 @realpz

A post shared by Chulbul Pandey (@beingsalmankhan) on

ତେବେ ଦବଙ୍ଗ ୩ରେ ପ୍ରୀତିଙ୍କ କାମିଓ ରୋଲରେ ଅଭିନୟ କରିଛି । ଜାରି ହୋଇଥିବା ଭିଡିଓରେ ପ୍ରୀତି ଜଣେ ପୁଲିସଭାବେ ନଜର ଆସିଛନ୍ତି । ବ୍ଲ୍ୟୁ କଲର ପୋଷାରେ ଅଭିନେତ୍ରୀ ବେଶ ଷ୍ଟାଇଲିସ ମଧ୍ୟ ଦେଖାଯାଇଛନ୍ତି । ପ୍ରୀତିଙ୍କ ସହ ସଲମାନ ମଧ୍ୟ ଦବଙ୍ଗ ଅବତାରେ ନଜର ଆସିଛନ୍ତି । ଅଭିନେତ୍ରୀ ନିଜ ଟୁଇଟର ଓ ଇନଷ୍ଟାଗ୍ରାମ ଆକାଉଁଟରେ କିଛି ଫଟୋ ଓ ଭିଡିଓକୁ ପୋଷ୍ଟ କରି ନିଜ କମବ୍ୟାକ ସମ୍ବନ୍ଧରେ ଜଣାଇଛନ୍ତି ।

 

 

View this post on Instagram

 

#Dabangg3

A post shared by Chulbul Pandey (@beingsalmankhan) on

 

View this post on Instagram

 

#Dabangg3 @realpz

A post shared by Chulbul Pandey (@beingsalmankhan) on

ବେଶ କିଛି ହେବ ସୁଟିଂସେଟରୁ ଦୂରେଇଯାଇଥିବା ପ୍ରୀତିଙ୍କ ପାଇଁ ଏହା ନିଶ୍ଚିତଭାବେ ଏକ ବଡ କମବ୍ୟାକ ହେବାକୁ ଯାଉଛି । ପୂର୍ବରୁ ସଲମାନ ଓ ପ୍ରୀତି ଚୋରି ଚୋରି ଚୁପକେ ଚୁପକେ, ହର ଦିଲ ଜୋ ପ୍ୟାର କରେଗାରେ ଏକାଠି ଅଭିନୟ କରିସାରିଛନ୍ତି । ଦର୍ଶକମାନେ ଏହି ଯୋଡି ଖୁବ ପସନ୍ଦ କରିଥିଲେ ।ବର୍ତମାନ ରାଜସ୍ଥାନ ଚାଲିଛି ବାକି ଥିବା ଫିଲ୍ମର କିଛି ଭାଗ ସୁଟିଂ । ପ୍ରଭୁଦେବା ନିର୍ଦ୍ଦେଶିତ ଦବଙ୍ଗ ଥ୍ରୀ ଡିସେମ୍ବର ୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More