Only for Entertainment

ମୁକ୍ତିଲାଭ କରିବାକୁ ଯାଉଛି ରୋମାଂଟିକ ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତ ଅଡିଓ !

73

ଖୁବଶୀଘ୍ର ଓଲିଉଡ୍ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ରୋମାଂଟିକ ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତା ସମ୍ବିତ ଓ ଅଭିନେତ୍ରୀ ରିୟା । ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋର ପରେ ଏବେ ଦ୍ୱିତୀୟ ଥର ପାଇଁ ଏହି ଯୋଡି ପରଦାରେ ରୋମାନ୍ସ କରିବାକୁ ଯାଉଛନ୍ତି । ନିକଟରେ ଏହି ଅପକମିଂ ସିନେମାର ଅଡିଓ ଫେବୃୟାରୀ ୮ତାରିଖରେ ରିଲିଜ୍ ହେବାକୁ ଯାଉଛି ।

ପୁଣି ବଡ ପରଦାରେ ଏକାଠି ନଜର ଆସିବେ ସମ୍ବିତ ଓ ରିୟା । ଦ୍ୱିତୀୟ ଥର ପାଇଁ ଏହି ଯୋଡି ପରଦାରେ ରୋମାନ୍ସ କରିବାରେ ନଜର ଆସିବେ । ଆଗାମୀ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ରେ ଏହି ଯୋଡି ଦେଖାଇବେ ନିଜ କମାଲ୍ । ନିକଟରେ ଏହି ସିନେମାର ଅଡିଓ ରିଲିଜ୍ ହୋଇଯାଇଛି । ଯେଉଁଠି ମେକର୍, ଡିରେକ୍ଟର୍ଙ୍କ ସହ ଲିଡ୍ ଷ୍ଟାର୍ ସମ୍ବିତ ଓ ରିାୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ସିନେମାରେ ଏକାଠି ଅଭିନୟ କରିବାର ସୁଯୋଗ ମିଳିଥିବାରୁ ବେଶ ଏକ୍ସାଇଟେଡ୍ ଅଛନ୍ତି ଏହି ଯୋଡି ।

ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମ୍ଦାର୍ । ଏହି ସିନେମାରେ ସ୍ଥାନ ପାଇଥିବା ଭିନ୍ନ ସ୍ୱାଦର ଗୀତରେ ଶୁଣିବାକୁ ମିଳିବ ସ୍ୱୟମ୍ ପାଢୀ, ହ୍ୟୁମାନ୍ ସାଗର୍ ,ସୋହିନି ମିଶ୍ର ଆଦି କଣ୍ଠଶିଳ୍ପୀଙ୍କ ଦମଦାର୍ ଗାୟିକି ।

ଆଚାର୍ଯ୍ୟ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ରୋମାଂଟିକ୍ ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତର ନିର୍ଦ୍ଦେଶନା ଦେବେ ନିରଂଜନ ବେହେରା । ସିନେମାର କାହାଣୀ ଲେଖିଛନ୍ତି ଛବିତା ମାର୍ଥା । ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏହି ସିନେମାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଦମଦାର୍ କାହାଣୀ ସହ ଆକର୍ଷଣୀୟ ସଙ୍ଗୀତକୁ ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ ।

ସମ୍ବିତ ଓ ରିୟାଙ୍କ ବ୍ୟତୀତ ଏହି ସିନେମାରେ ଅନ୍ୟ ପ୍ରମୁଖ ଭୂମିକାରେ ଅଭିନେତା ପିଂଟୁ ନନ୍ଦ, ବବି ମିଶ୍ର ଓ ଶ୍ରୀତମ ଦାସଙ୍କୁ ଦେଖିବାକୁ ମିଳିବ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ‘ପ୍ରେମ ପାଇଁ ମହାଭାରତ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More