Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଦୋକାନ ଭଳି ତାଡ଼ିଆ

youtube
137

ମିଠା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଛୋଟପିଲା ହୁଅନ୍ତୁ ବା ବୟସ୍କ । ଖାଇବା ପରେ ଯଦି ମିଠା ଜିନିଷ କିଛି ଖାଇ ଦିଅନ୍ତି ତେବେ ଏହା ଖୁବ ଭଲ, ଯାହା ହଜମ ପ୍ରକ୍ରିୟାକୁ ସରଳ କରିଦିଏ । ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ ତାଡ଼ିଆର ପ୍ରସ୍ତୁତି ପ୍ରଣାଳୀ, ଯାହା ପ୍ରତି ଘରେ ଘରେ ପରିଚିତ । ଘରେ କିଭଳି ଏହାକୁ ଅତି ସହଜରେ ପ୍ରସ୍ତୁତ କରାଯାଇ ପାରିବ ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ୧୦୦ ଗ୍ରାମ ମଇଦା,ସେଥିରେ କିଛି ବେକିଂ ସୋଢା ଏବଂ ଘିଅ ପକାଇ ମିଶାନ୍ତୁ । ଭଲ ଭାବରେ ମିଶିଯିବା ପରେ ଅଳ୍ପ ଅଳ୍ପ କରି ପାଣି ପକାଇ ଏକ ଡଫ୍ ପ୍ରସ୍ତୁତ କରନ୍ତୁ ଏବଂ ଅଧ ଘଂଟା ବା ତାହା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ । ଏହି ମଧ୍ୟରେ ଶିରା ପ୍ରସ୍ତୁତ କରନ୍ତୁ । ଏବେ ଡଫକୁ ଛୋଟ ଛୋଟ ଗୋଲ କରି ପତଳା କରି ଦିଅନ୍ତୁ ଏବଂ ଗରମ ତେଲରେ ଛାଣି ବାହାର କରି ଶିରାରେ ପକାନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଦୋକାନ ଭଳି ତାଡ଼ିଆ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More