Only for Entertainment

ଜାଣନ୍ତୁ ମାଲବାନି ଚିକେନର ପ୍ରସ୍ତୁତି ପ୍ରଣାଳୀ

ଯଦିପ୍ରତିଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇବାକୁ ଦିଆଯିବ ତେବେ କେହି ମଧ୍ୟ ବିରକ୍ତି ପ୍ରକାଶ କରିବ । କାରଣ ଖାଦ୍ୟର ସ୍ୱାଦ ସର୍ବଦା ଭିନ୍ନ ହେବା ଆବଶ୍ୟକ । ସବୁବେଳେ କିଛି ନିଆରା ସ୍ୱାଦର ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ସେଥିପାଇଁ ଭିନ୍ନ ପଦ୍ଧତିରେ ରୋଷେଇ କରିବାକୁ ମଧ୍ୟ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଭିନ୍ନ ଖାଦ୍ୟ ପଦ୍ଧତି ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ-

ଚିକେନ,ନଡ଼ିଆ ପେଷ୍ଟ,ରସୁଣ,କଂଚା ଲଙ୍କା,ଅଦା,

ମାଲବାନି ମସଲା ପାଇଁ ଆବଶ୍ୟକ ସାମଗ୍ରୀ-
ଶୁଖିଲା ଲଙ୍କା ,ଗୋଲମରିଚ, ଲବଙ୍ଗ, ତେଜପତ୍ର, ଡାଳଚିନ. ଧନିଆ, ଜାଇଫଳ ଗୁଣ୍ଡ, ଜିରା, ପିଆଜ, ହଳଦୀ, ମାଲବାନି ମସଲା, ଲୁଣ ଓ ଜଳ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ନଡ଼ିଆ,ରସୁଣ,କଂଚା ଲଙ୍କା ଏବଂ ଅଦାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପ୍ୟାନରେ ମାଲବାଇ ମସଲାକୁ ପକାଇ ଭାଜନ୍ତୁ ଏବଂ ଗ୍ରାଇଣ୍ଡିଂ କରନ୍ତୁ ।

ଏହାପରେ ଏକ କଡ଼ାଇରେ ତୈଳ ପକାନ୍ତୁ ଏବଂ ଗରମ ହେବାପରେ ପିଆଜ ପକାନ୍ତୁ । ପିଆଜର ରଙ୍ଗରେ ପରିବର୍ତ୍ତନ ଆସିବା ପରେ ଏଥିରେ ନଡ଼ିଆ ପେଷ୍ଟକୁ ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ସେଥିରେ ହଳଦୀ,ଲଙ୍କା ଗୁଣ୍ଠ,ମାଲବାଇ ମସଲା ପକାଇ ୩ରୁ ୪ ମିନିଟ ପର୍ଯ୍ୟନ୍ତ କଷନ୍ତୁ । ଏହାପରେ ସେହି ଗ୍ରେଭିରେ ବୋନଲେସ ଚିକେନକୁ ପକାଇ ମିଶାନ୍ତୁ । ଏହାପରେ ସ୍ୱାଦନୁସାରେ ଲୁଣ ଏବଂ ଆବଶ୍ୟକୀୟ ଜଳ ପକାନ୍ତୁ ଓ ଘୋଡ଼ାଇ ଦିଅନ୍ତୁ । ୨୫ରୁ ୩୦ ମିନିଟ ପରେ ଏହାକୁ ବାହାର କରନ୍ତୁ ଏବଂ ଧନିଆରେ ଗାର୍ନିସ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More