Only for Entertainment

ହୋଲିରେ ପ୍ରସ୍ତୁତ କରନ୍ତୁ ଖାସ ମାଲପୁଆ ।

pakwangali
0 42

 

ପ୍ୟାନ ଗରମ କରି ଦୁଗ୍ଧ ପକାନ୍ତୁ ଓ ସେଥିରେ ଚିନି ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ । ଏକ ପାତ୍ରରେ ଅଟା ନିଅନ୍ତୁ ଓ ସେଥିରେ ମେଥି, ପାନ ମଧୁରୀ,ଗୁଜୁରାତି ଗୁଣ୍ଡ ଏବଂ ନଡ଼ିଆ ପୁର ପକାଇ ଭଲ ଭାବରେ ମିଶାନ୍ତୁ । ଏହାପରେ ଅଳ୍ପ ଅଳ୍ପ କରି ଅଟାରେ ଦୁଗ୍ଧ ଢାଳନ୍ତୁ ଏବଂ ଘୋଳ ପ୍ରସ୍ତୁତ କରନ୍ତୁ । ତେବେ ଧ୍ୟାନ ରଖିବେ ଯେପରି ଘୋଳ ଖୁବ ପତଳା କିମ୍ବା ଟାଣ ନହୁଏ । ଯଦି ଏହାକୁ ପ୍ରସ୍ତୁତ କରିବା ସମୟରେ ଦୁଗ୍ଧର ପରିମାଣ କମିଯାଏ ତେବେ ଅଳ୍ପ ଜଳ ମିଶାଇ ପାରିବେ ।

ଏବେ କଡ଼ାଇରେ ଘିଅ ଢାଳି ଗରମ କରନ୍ତୁ । ଏହାପରେ ଘୋଳକୁ ପ୍ୟାନରେ ଗୋଲ ଗୋଲ କରି ପକାନ୍ତୁ । ଗୋଲଡେନ ରଙ୍ଗର ହୋଇଯିବା ପରେ ଅନ୍ୟ ପାଶ୍ୱର୍କୁ ଓଲଟାଇ ଦିଅନ୍ତୁ । ଏହିଭଳି ପ୍ରସ୍ତୁତ କରନ୍ତୁ ଗରମ ଗରମ ମାଲପୁଆ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More