Only for Entertainment

ଜାଣନ୍ତୁ ପ୍ଲେନ ବଟର ନାନ୍ର ପ୍ରସ୍ତୁତି ପ୍ରଣାଳୀ ।

hungry forever
0 43

ଆବଶ୍ୟକୀୟ ସାମଗ୍ରୀ-୧/୨ କପ ମଇଦା,୧/୨ ଚାମଚ ବେକିଂ ପାଉଡର,ଦେଢ କପ ଚିନି,ଦେଢ କପ ଦହି,ଦେଢ କପ ତେଲ,୩ ଚାମଚ ଦୁଗ୍ଧ,ଲୁଣ ସ୍ୱାଦନୁସାରେ,ଥଣ୍ଡା ଜଳ,୧ ଚାମଚ କଳା ରାଶି,୩ ଚାମଚ କଟା ଧନିଆପତ୍ର,ବଟର ।
ଏହାକୁ ପ୍ରସ୍ତୁତ କରିବା ସମୟରେ ଏହା ସିଧାସଳଖ ଫ୍ଲେମ ସଂସ୍ପର୍ଶରେ ଆସିବା ଆବଶ୍ୟକ,କାରଣ ଏହା ଉପରେ ତନ୍ଦୁର ଭଳି ପ୍ରଭାବ ପଡ଼ିବ ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ବାଉଲରେ ମଇଦା,ସୋଡ଼ା ଏବଂ ଲୁଣ ପକାନ୍ତୁ । ଏହାପରେ ଚିନି,ଦହି ଓ ତେଲ ପକାଇ ମିଶାନ୍ତୁ ଓ ଭଲ ଭାବରେ ମିଶାଇ ଏକ ଗୁଳା କରନ୍ତୁ । ଏହାକୁ ୨ ଘଂଟା ପାଇଁ ଘୋଡ଼ାଇ ରଖନ୍ତୁ । ୨ ଘଂଟା ପରେ ପୁଣିଥରେ ପୁଣିଥରେ ଦଳି ନାନ ପାଇଁ ଗୁଳା କରନ୍ତୁ । ମଇଦା ଦେଇ ଏହାକୁ ବେଲନ୍ତୁ ଏବଂ ଏହା ଉପରେ କଳା ରାଶି ଏବଂ ଧନିଆପତ୍ର ପକାନ୍ତୁ ଓ ବେଲନ୍ତୁ । ଏହାକୁ ତାୱାରେ ପକାନ୍ତ ।ଏହାକୁ ଓଲଟାଇ ଏହା ଉପରେ ବ୍ରଶ ସାହାଯ୍ୟରେ ଜଳ ଲଗାନ୍ତୁ । ଧ୍ୟାନ ରଖିବେଯେ ଯେପରି ନନ ଷ୍ଟିକ ତାୱା ବ୍ୟବହାର ନ କରନ୍ତି । ଲୁହାର ବ୍ୟବହାର କଲେ ଖୁବ ଭଲ । ବ୍ରାଉନ ଏବଂ ବବଲ ହେବା ପରେ ବାହାର କରନ୍ତୁ ଓ କିଛି ବଟର ଦିଅନ୍ତୁ । ଯଦି ଗାର୍ଲିକ କୁଲଚା କରିବା ପାଇଁ ଚାହୁଁଛନ୍ତି ତେବେ ବେଲିବା ସମୟରେ ସେଥିରେ କିଛି ଗାର୍ଲିକ ପକାଇ ବେଲନ୍ତୁ । ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More