Only for Entertainment

ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ କିଭଳି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା

theindiantelegraph.com
0 54

ପ୍ରତ୍ୟେକ ଝିଅଙ୍କ ସ୍ୱପ୍ନ ଥାଏ ଯେ ସେମାନେ ଗୋଟିଏ ଭଲ ଜାଗାରେ ବିବାହ କରିବେ । ପୁଅଟି ସୁନ୍ଦର ହୋଇଥିବ, ଭଲ ରୋଜଗାର କରୁଥିବ,ଏବଂ ଭଲ ପରିବାରର ହୋଇଥିବ । ସେଥିପାଇଁ ମା ଓ ବାପା ଝିଅଟିର ବିବାହ ପାଇଁ ଭଲ ବରପାତ୍ର ସହିତ ଭଲ ପରିବାର ଟିଏ ଖୋଜିଥାନ୍ତି । ଯେପରିକି ଝିଅଟି ଶ୍ୱଶୁର ଘରକୁ ଗଲାପରେ ସେଠାରେ କୌଣସି ପ୍ରକାର ଅଭାବ ଅନୁଭବ ନହେଉ । ତେବେ ଆସନ୍ତୁ ଜାଣିବା ବିବାହ ପୂର୍ବରୁ ନିଜକୁ କିଭଳି ପ୍ରସ୍ତୁତ କରିବେ ।

ଆଜିକାଲିର ଯୁବକ ଯୁବତୀ ମାନେ ବିବାହ ପୂର୍ବରୁ ମୁଖ୍ୟତଃ ମୋବାଇଲ କିମ୍ବା ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ପରସ୍ପରକୁ ଖୁବ୍୍ ଭଲଭାବରେ ଜାଣିପାରୁଛନ୍ତି ।ତେଣୁ ପରସ୍ପରଙ୍କ ପରିବାର ବିଷୟରେ ଜାଣିବାରେ ସେମାନଙ୍କୁ ବିଶେଷ କଷ୍ଟ କରିବାକୁ ପଡେ ନାହିଁ ।
ବିବାହ ପୂର୍ବରୁ ପ୍ରତ୍ୟେକ ଝିଅ ନିଜର ଭାବି ସ୍ୱାମୀଙ୍କ ଠାରୁ ତାଙ୍କର ପରିବାର ସଦସ୍ୟ ବିଷୟରେ ସବୁକିଛି ଜାଣିନିଅନ୍ତୁ । ତତ୍ୱାରା ବିବାହ ପରେ ଆଗକୁ କିଛି ଅସୁବିଧା ହେବନାହିଁ । ଏବଂ ସମସ୍ତଙ୍କ ହୃଦୟ ଜିଣିବାରେ ଆପଣ ସଫଳ ହୋଇପାରିବେ ।

ପ୍ରାୟତଃ ନୂତନ ବିବାହରେ ଦେଖିବାକୁ ମିଳିଥାଏ ଯେ ଝିଅମାନେ ସ୍ୱାମୀଙ୍କ ସହ ମିଶିଲା ପରେ ପରିବାରର ସଦସ୍ୟ ମାନଙ୍କ ସହିତ ଠିକ୍ ଭାବରେ ମିଳାମିଶା କରନ୍ତି ନାହିଁ । ଏପରି କରିବା ଦ୍ୱାରା ପରିବାର ସହ ଦୂରତ୍ୱ ବଢିଥାଏ । ଯଦି ଯେଉଁ ଝିଅ ସ୍ୱାମୀ ଏବଂ ପରିବାରକୁ ସଠିକ୍ ସମୟ ଦେଇଥାନ୍ତି । ତେବେ ପରିବାର ସହିତ ଭଲ ସମ୍ବନ୍ଧ ସ୍ଥାପନ କରିବା ସହିତ ଖୁବ୍ ଭଲ ପାଇବା ମଧ୍ୟ ମିଳିଥାଏ ।
ଅନେକ ଥର ଝିଅମାନଙ୍କୁ ଶ୍ୱଶୁର ଘରମାନଙ୍କରେ କିଛି କିଛି ନୂତନ ଜିନିଷ କରିବାକୁ ପଡିଥାଏ । ଯାହା ଆଗରୁ ସେମାନେ ଜାଣିନଥାନ୍ତି । ତେବେ ସେହି ସବୁ କାମରୁ ଦୂରେଇ ନଯାଇ ମନ ଦେଇ କାମ କରିବା ଦ୍ୱାରା ପରିବାରରେ ଶାଶୁ-ଶ୍ୱଶୁର ସମେତ ସ୍ୱାମୀଙ୍କ ସହିତ ସଂପର୍କ ଭଲ ରହିଥାଏ ।

ଅନେକ ଝିଅ ଏମିତି ଅଛନ୍ତି ଯେଉଁମାନେ ସର୍ବଦା ଶ୍ୱଶୁର ଘରକୁ ନିଜ ବାପାଘର ସହ ତୁଳନା କରିଥାନ୍ତି । ତେବେ ଆପଣମାନେ କଦାପି ଏଭଳି ଭୁଲ କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଶ୍ୱଶୁର ଘର ସହ ଦୂରତ୍ୱ ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More