Only for Entertainment

ଆସିଲା ମୌନି ରୟଙ୍କ ଆଇଟମ୍ ସଙ୍ଗ ‘ଗଲି ଗଲି’ , ଆଗାମୀ ଫିଲ୍ମ କେଜିଏଫ ରେ ପାଇବ ସ୍ଥାନ !

42

ଟେଲିଭିଜନ ରୁ ବିଗ୍ ସ୍କ୍ରିନ୍ । ନାୟିକାରୁ ଆଇଟମ୍ ଗର୍ଲ । ଏମିତି ଅନେକ ପ୍ରକାର ଚିତ୍ର ଓ ଚରିତ୍ରରେ ନଜର ଆସିଛନ୍ତି ଅଭିନେତ୍ରୀ ମୌନି ରୟ । ଆଗାମୀ ଆକ୍ସନ୍ – ଡ୍ରାମା ଚଳଚ୍ଚିତ୍ର କେଜିଏଫ୍ରେ ଏହି ନାୟିକା ପୁଣି ଥରେ ନଜର ଆସିଛନ୍ତି ଆଇଟମ୍ ଗର୍ଲ ଭାବେ । ନିକଟରେ ଫିଲ୍ମରେ ସ୍ଥାନ ପାଇବାକୁ ଥିବା ମୌନିଙ୍କ ଅଭିନୀତ ଏକ ଆଇଟମ୍ ଟ୍ରାକ୍ ‘ଗଲି ଗଲି’ ମୁକ୍ତିଲାଭ କରିଛି ।

ରିଲିଜ୍ ହେଲା ଆଗାମୀ ଆକ୍ସନ୍ – ଡ୍ରାମା ଚଳଚ୍ଚିତ୍ର ‘କେଜିଏଫ୍’ର ଆଇଟମ୍ ସଙ୍ଗ ‘ଗଲି ଗଲି’ ମୁକ୍ତିଲାଭ କରିଛି । ଗୀତରେ ଆଇଟମ୍ ଗର୍ଲ ଭାବେ ନଜର ଆସିଛନ୍ତି ସ୍ମଲ୍ ସ୍କ୍ରିନ୍ ସେନସେସନ୍ ମୌନି ରୟ । ତେବେ ଏହା ପୂର୍ବରୁ ହିନ୍ଦୀ ଫିଲ୍ମ ଗୋଲ୍ଡ ଜରିଆରେ ବଲିଉଡ୍ ଡେବ୍ୟୁ କରି ସାରିଛନ୍ତି ଏହି ସୁନ୍ଦରୀ । ମାତ୍ର ଏଥର ଆଇଟମ୍ ଗର୍ଲ ଭାବେ ଦେଖାଇଛନ୍ତି ନିଜ ଜଲୱା । ଗୀତରେ ଏକ ବ୍ଲାକ୍ କଲ୍ର୍ ଆଉଟଫିଟରେ ନଜର ଆସିଛନ୍ତି ଏହି ସୁନ୍ଦର । ଗୀତରେ ତାଙ୍କ ସହ ଫିଲ୍ମର ନାୟକ ୟଶଙ୍କୁ ଦେଖିବାକୁ ମିଳିଛି ।

ଗୀତରେ ବେଶ ଜବରଦସ୍ତ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ମୈାନି । ଭିନ୍ନ ଭିନ୍ନ କଷ୍ଟ୍ୟୁମ୍ ଓ ମେକ୍ଅପ୍ରେ ମୌନି ଦେଖାଇଛନ୍ତି ନିଜ କମାଲ୍ । ଯେତିକି ଜବରଦସ୍ତ ହୋଇଛି ମୌନିଙ୍କ ଡ୍ୟାନ୍ସ ସେତେକି ଆକର୍ଷଣୀୟ ହୋଇଛି ଏହି ଆଇଟମ୍ ଟ୍ରାକଟି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗ୍ଚି । କଣ୍ଠଶିଳ୍ପୀ ନେହା କକ୍କରଙ୍କ ଆଟ୍ରାକ୍ଟିଭ୍ ଗାୟିକି ଏହି ଗୀତକୁ କରିଛି ଆହୁରି ମନଛୁଆଁ । ଚଳଚ୍ଚିତ୍ର ‘କେଜିଏଫ୍’ ଏକ ମଲ୍ଟି ଲାଙ୍ଗୁଏଜ୍ ଫିଲ୍ମ । ସିନେମାରେ ଅଭିନେତା ୟଶଙ୍କୁ ନାୟକ ଭାବେ ଦେଖିବାକୁ ମିଳିବ । କନ୍ନଡ, ତାମିଲ୍, ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ ଏହି ଫିଲ୍ମ । ଖୁବଶୀଘ୍ର ସିନେମାଟି ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More