Only for Entertainment

ସୋନମଙ୍କ ଜୋତା ମୂଲ୍ୟରେ ଆପଣ କରିପାରିବେ ଆପଣଙ୍କ ସ୍ୱପ୍ନର ଘର ।

bollywood tadka
0 32

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ଦୁବାଇର ଏକ ଫ୍ୟାଶନ ବ୍ର୍ରାଣ୍ଡ ଇଭେଂଟରେ ପହଂଚିଥିଲେ । ଯେଉଁଥିରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ । ସେ ଡେଲପୋଜୋ ବ୍ରାଣ୍ଡର ହାଇହିଲ ପିନ୍ଧିଥିଲେ,ଯାହାର ମୂଲ୍ୟ ୧୩ ଲକ୍ଷ ଟଙ୍କା ବୋଲି ଶୁଣିବାକୁ ମିଳୁଛି ।

ଏଥିରୁ ଜଣାପଡ଼ୁଛି ସୋନମଙ୍କ ଜୋତାର ମୂଲ୍ୟରେ ଜଣେ ସାଧାରଣ ଲୋକ ତା ସ୍ୱପ୍ନର ଘର ତିଆରି କରିପାରିବ । ତେବେ ସୋନମଙ୍କ ପାଇଁ ଏ ଜୋତାର ମୂଲ୍ୟ କିଛି ନୁହେଁ । କାରଣ ସେ ଦିଲ୍ଲୀର ଜଣେ ବଡ଼ ବିଜନେସମ୍ୟାନଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆନନ୍ଦ ଫ୍ୟାଶନ ବ୍ରାଣ୍ଡ ଭାନେର ମାଲିକ । ଭାନେ ସୋନମଙ୍କ ପସନ୍ଦୀୟ ବ୍ରାଣ୍ଡ ମଧ୍ୟରୁ ଗୋଟିଏ ।

ଦୁବାଇ ଇଭେଂଟରେ ଉଠାଇଥିବା ଷ୍ଟାଇଲିସ ଫଟୋ ସେ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି,ଯାହାକୁ ଲୋକ ଖୁବ ପସନ୍ଦ କରୁଛନ୍ତି । ତେବେ ସୋନମଙ୍କ ବିବାହର ଚର୍ଚ୍ଚା ଏବେ ଖୁବ ଜୋର ଧରିଛି । ତେବେ ମେ ୬ କିମ୍ବା ୭ରେ ଦୁଇଜଣଙ୍କ ବିବାହ ହେବ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More