Only for Entertainment

ପ୍ରସିଦ୍ଧ ଟିଭି ଶୋ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭିଡିଓ ଆସିଲା ସାମ୍ନାକୁ !

229

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ରୁପରେ ନଜର ଆସିଛନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅନ୍ଦାଜ ଦେଖିବାକୁ ମିଳିବ ଯାହା ଆପଣ ଆଗରୁ କେବେ ଦେଖି ନଥିଲେ । ଅସଲରେ ପ୍ରଧାନମନ୍ତ୍ରୀ ମୋଦି ଏବେ ଡିସ୍କୋଭରୀ ଚ୍ୟାନେଲର ପ୍ରସିଦ୍ଧ ଶୋ’ ମ୍ୟାନ ଭର୍ସେଜ ୱାଇଲ୍ଡରେ ଅଂଶୀଦାର ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୋ’ର ହୋଷ୍ଟ ବେୟର ଗ୍ରିଲ୍ସଙ୍କ ସହ ପ୍ରାକୃତିକ ବିବିଧତା ଏବଂ ପ୍ରକୃତି ସଂରକ୍ଷଣ ଉପାୟ ଉପରେ ଚର୍ଚ୍ଚା କରୁଥିବାର ନଜର ଆସିବେ ।

ଶୋ’ ହୋଷ୍ଟ ବେୟର ଗ୍ରିଲ୍ସ ନିଜ ଟ୍ୱିଟର ଅକାଉଂଟରେ ପିଏମ ମୋଦିଙ୍କ ସହ ହୋଇଥିବା ଏପିସୋଡର ଏକ କ୍ଲିପ ଜାରି କରିଛନ୍ତି । ଗ୍ରିଲ୍ସ ଟ୍ୱିଟରେ ଲେଖିଛନ୍ତି ଯେ ୧୮୦ଦେଶର ଲୋକେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଦେଖିବେ । ୪୫ସେକେଣ୍ଡର ପ୍ରମୋରେ ପିଏମ ମୋଦିଙ୍କ ଅନ୍ଦାଜ ଖୁବ ନିଆରା ହୋଇଛି । ଦେଖନ୍ତୁ ଭିଡିଓ-

ଗ୍ରିଲ୍ସ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ଜଙ୍ଗଲରେ ବୁଲିବାକୁ ନେଇଯିବା ସମ୍ମାନୀୟ ଅନୁଭୂତି ଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଅନ୍ଦାଜକୁ ୧୨ଅଗଷ୍ଟ ରାତି ୯ଟାରେ ଡିସ୍କୋଭରୀ ଚ୍ୟାନେଲରେ ଦେଖିବାକୁ ମିଳିବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଦୁନିଆର ଏହି ପପୁଲାର ଶୋରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ନଜର ଆସି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More