Only for Entertainment

ଅଭିନେତ୍ରୀ ଗୁଲ ପନାଗଙ୍କ ପୁଅ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୃଦୟ ! ପିଏମ ଟ୍ୱିଟ କରି କହିଲେ…

latestly
42

ବଲିଉଡ ଅଭିନେତ୍ରୀ ଗୁଲ ପନାଗ ଏବେ ଫିଲ୍ମରେ କମ ନଜର ଆସୁଛନ୍ତି ସତ କିନ୍ତୁ ସେ ବହୁମୁଖି ପ୍ରତିଭାର ଅଧିକାରୀ । ସେ ଆକ୍ଟିଂ ସହିତ ଫିଟନେସ ଆଇକନ ହେବା ସହିତ ଜଣେ ଭଲ ବାଇକର ମଧ୍ୟ । ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ରହିଥାନ୍ତି । ପ୍ରତ୍ୟେକ ମାମଲାକୁ ନେଇ ସେ ନିଜର ମତ ରଖିଥାନ୍ତି । ଇତି ମଧ୍ୟରେ ଗୁଲ ପନାଗ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଜବାବ ଦେବାରୁ ରୋକି ପାରିନଥିଲେ ।

 

ଭିଡିଓରେ ଗୁଲ ପନାଗ ମ୍ୟାଗାଜିନରେ ମୋଦୀଙ୍କ ଫଟୋ ଦେଖାଇ ପୁଅକୁ ପଚାରୁଛନ୍ତି କିଏ ? ପୁଅ ମୋଦୀଙ୍କୁ ଚିହ୍ନି କହୁଛନ୍ତି ମୋଦୀ ଜୀ । ଏହି ଭିଡିଓକୁ ଦେଖି ମୋଦୀ ମଧ୍ୟ ଟ୍ୱିଟରରେ ରିପ୍ଲାଇ କରି କହିଛନ୍ତି, ଖୁବ ସୁନ୍ଦର, ନିହାଲକୁ ମୋର ଆଶୀର୍ବାଦ । ସେ ଯାହା ବି ଭବିଶ୍ୟତରେ କରିବାକୁ ଚାହୁଁଛି ତାହା ପାଇଁ ମୋର ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More