କୁହାଯାଏ ଭଗବାନ ଉପରୁ ହିଁ ଯୋଡି କରି ପଠାଇଥାନ୍ତି । ଆଜି ଆମ ପାଖରେ ଏପରି ଏକ ଉଦାହରଣ ଅଛି ଯିଏ ଏହି କଥାକୁ ସତ ପ୍ରମାଣିତ କରୁଛନ୍ତି । ଆପଣ ଜଣିପାରୁଥିବେ ଆମେ କାହା କଥା କହୁଛୁ । ଆଜ୍ଞା ହଁ, ଆମେ ଚର୍ଚ୍ଚା କରୁଛୁ ଟିଭି ଦୁନିଆର ଚର୍ଚ୍ଚିତ ଯୋଡି ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧରୀଙ୍କ । ୧୨ ଆକ୍ଟୋବର ଶୁକ୍ରବାର ଏହି ଯୋଡି ମୁମ୍ବାଇରେ ଭାରତୀୟ ରିତି ନିତିରେ ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ପୂର୍ବରୁ ମେହେନ୍ଦୀ, ରିଙ୍ଗ ସେରେମୋନି ଏବଂ ସଙ୍ଗିତର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିବା ବେଳେ ଏବଂ ଦୁହିଁଙ୍କର ବିବାହର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଫଟୋ ଏବଂ ଭିଡିଓରେ ଦୁହିଁଙ୍କ ମଧ୍ୟରେ ଥିବା ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଏହା ସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ବିବାହକୁ ଖୁବ ଉପଭୋଗ କରିଥିବା ଦେଖିବାକୁ ମିଳିଛି ।
ଦେଖନ୍ତୁ-